https://www.artlexing.com/ scam sites xnxx bokep indo bokep jepang child sex
ସମ୍ବିଧାନ ଓ ଦଳିତ-ବହୁଜନ ସମାଜ - indigenousvoice.in

indigenousvoice.in

ସମ୍ବିଧାନ ଓ ଦଳିତ-ବହୁଜନ ସମାଜ

ସମ୍ବିଧାନ ଓ ଦଳିତ-ବହୁଜନ ସମାଜ

ସମ୍ବିଧାନକୁ ନେଇ ବ୍ରାହ୍ମଣବାଦୀଙ୍କ ଭୟ ଓ ଘୃଣାର ଏକ ଐତିହାସିକ କାରଣ ଅଛି । ଇତିହାସକୁ ପରିଭାଷିତ କରିବାକୁ ଯାଇ ବାବାସାହେବ ଆମ୍ବେଦକର କହନ୍ତି ଯେ ଇତିହାସ ହେଉଛି ଶ୍ରମଣ ଓ ବ୍ରାହ୍ମଣଙ୍କ ସଂଘର୍ଷର ପରିଣାମ । ସମ୍ବିଧାନ ପ୍ରଣୟନ କରିବା ପୂର୍ବରୁ ଯେମିତି ଅନେକ ବାଧାବିଘ୍ନ ଆସିଥିଲା, ସମ୍ବିଧାନ ଲାଗୁ ହେଲା ପରେ ବି ଏହାକୁ ଅକାମୀ କରିଦେବାର ତଥା ବଦଳେଇବାର ଷଡଯନ୍ତ୍ର ଏଯାଏ ଚାଲିଛି । 

Hemanta Dalapati
4th February 2025

ରାଷ୍ଟ୍ରରାଜ୍ୟର ପରିଚାଳନା ପାଇଁ ନିର୍ମିତ ନିୟମ କାନୁନ ସମଷ୍ଟିକୁ ସମ୍ବିଧାନ କୁହାଯାଏ । ସମ୍ବିଧାନରେ ମୂଖ୍ୟତଃ ଦେଶର ରାଜନୀତିକ ବ୍ୟବସ୍ଥା, ନ୍ୟାୟ ବ୍ୟବସ୍ଥା ସମ୍ପର୍କୀୟ ନିୟମ କାନୁନ ତଥା ନାଗରିକଙ୍କ ଜାତି ଓ ଗୋଷ୍ଠୀର ନିଜସ୍ୱ ସମ୍ବିଧାନମାନ ରହିଥାଏ । ଯାହାକୁ ଅନୁସରଣ କରି ଉକ୍ତ କମ୍ପାନୀ ବା ସଂଘ ଚାଲିଥାଏ । କିଛି ଲୋକଙ୍କ ସମ୍ବିଧାନ ଅଲିଖିତ ଭାବେ ବି ଥାଏ ଓ ବର୍ଷ ବର୍ଷ ଧରି ପିଢି ପରେ ପିଢି କିଛି ଅଘୋଷିତ ନିୟମକୁ ପାଳନ କରି ଆସୁଥାନ୍ତି ।

ଦୁନିଆଁରେ ଯେବେଠୁ ଶାସନ କରିବାର ବ୍ୟବସ୍ଥା ତିଆରି ହେଲା, ସେବେଠୁ ଶାସନ କରିବାର ଅନେକ ନୀତି ନିୟମ ତିଆରି ହେଲା । ଭାରତର ପୁରାତନ ଗ୍ରନ୍ଥ ଋକବେଦରେ ସାଧାରଣ ଲୋକଙ୍କ ସଭା ଓ ବରିଷ୍ଠ ଲୋକମାନଙ୍କ ସମିତି ଜରିଆରେ ଶାସନ କରିବାର କଥା ଉଲ୍ଲେଖ ଅଛି । ପରବର୍ତ୍ତି କାଳରେ ଆର୍ଯ୍ୟ ଜନଗୋଷ୍ଠୀ ନିଜର ବ୍ରାହ୍ମଣ୍ୟବାଦୀ ଶାସ୍ତ୍ର ଯଥା କୌଟିଲ୍ୟଙ୍କ ଅର୍ଥଶାସ୍ତ୍ର, ପାଣିନିଙ୍କ ଅଷ୍ଟାଧ୍ୟାୟୀ, ଏତରେୟ ବ୍ରାହ୍ମଣ ଓ ସବୁଠୁ କୁଖ୍ୟାତ ମନୁସ୍ମୃତି ରଚନା ମାଧ୍ୟମରେ ଭାରତର ଦଳିତ ବହୁଜନଙ୍କ ଉପରେ ଶାସନ-ଶୋଷଣ କରିବା ପାଇଁ ଶାସନ ବ୍ୟବସ୍ଥାର ବିଭିନ୍ନ ଅଙ୍ଗର ବିଭିନ୍ନ ଅଧିକାର ବିଷୟରେ ଓ ଦଳିତ ବହୁଜନ ଉପରେ ଅନେକ ଆଚରଣ ବିଧି କଥା ବିଭିନ୍ନ ଦଣ୍ଡର ବ୍ୟବସ୍ଥା କଥା ଉଲ୍ଲେଖ ହୋଇଛି । ବିଭିନ୍ନ ସମୟରେ ଭାରତକୁ ଶାସନ କରୁଥିବା ଅନେକ ଶାସକ ନିଜ ନିଜର ଶାସନର ନିୟମ ସ୍ଥିର କରିଛନ୍ତି । ଶାସକର ରାଜନୀତିକ ବିଚାର ଅନୁସାରେ ନିୟମ ହୋଇଛି ଓ ଲୋକେ ଶାସିତ ହେଇଛନ୍ତି । ଅଶୋକଙ୍କ ଶିଳାଲେଖ ଯେମିତି ତାଙ୍କର ଜନମଙ୍ଗଳକାରୀ ଶାସନ ବ୍ୟବସ୍ଥାର ସମ୍ବିଧାନ ।

ବ୍ରିଟିଶ ବିରୋଧି ଆନ୍ଦୋଳନ ସମୟରେ ଅନେକ ସ୍ୱତନ୍ତ୍ରତା ସେନାନୀ ଅନେକ ନୀତି ନିୟମ ଉପରେ ଅଭିଜ୍ଞତା ଆସିଲା । ସେମାନେ ଅନୁଭବ କଲେ ଯେ ଭାରତକୁ ଶାସନ କରିବା ପାଇଁ କିଛି ନୀତି ନିୟମ ଦରକାର । ସେମାନେ ଚାହିଁଲେ ଭାରତର ଶାସନ ବ୍ୟବସ୍ଥା ଆଇନ-କାନୁନ ତିଆରି କରିବା ପାଇଁ ଏକ ସମ୍ବିଧାନ ସଭାର ଆବଶ୍ୟକତା ଅଛି । କିନ୍ତୁ ଇଂରେଜ ସରକାର ଏହି ଦାବୀରେ ସନ୍ତୁଷ୍ଟ ନଥିଲେ । ଲୋକର ଅସନ୍ତୋଷକୁ ଶାନ୍ତ କରିବା ପାଇଁ ଇଂରେଜ ସରକାର ୧୯୩୫ ମସିହାରେ ଭାରତୀୟ ସରକାର ଅଧିନିୟମ-୧୯୩୫ ତିଆରି କଲେ । କିନ୍ତୁ କଂଗ୍ରେସ ଏହି ଅଧିନିୟମକୁ ଏହା ଅଣ-ଭାରତୀୟଙ୍କଦ୍ୱାରା ପ୍ରସ୍ତୁତ କହି ଅଗ୍ରାହ୍ୟ କଲେ । କିନ୍ତୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଯେତେବେଳେ ଭାରତ ସ୍ୱାଧୀନ ହେବାର ସମ୍ଭାବନା ବଢିବାରେ ଲାଗିଲା ସେତେବେଳେ ସମ୍ବିଧାନ ସଭାର ଗଠନ କରାଗଲା ।

ବାବା ସାହେବ କେମିତି ଏହି ସମ୍ବିଧାନ ସଭାକୁ ପହଞ୍ଚିପାରିବେ ନାହିଁ; ବ୍ରାହ୍ମଣବାଦୀ ଶକ୍ତି ତା’ପାଇଁ ଅଣ୍ଟା ଭିଡି ବାହାରି ପଡିଥିଲା । ବାମପନ୍ଥୀ ଓ କଂଗ୍ରେସର ବାବାସାହେବଙ୍କୁ ଅଣଦେଖା କରିବା କି ବିରୋଧ କରିବାକୁ ପ୍ରତୀକ କି ମେଟାଫର ଭାବରେ ନିଆଯାଇ ପାରେ । ମୂଳ କଥା ହେଲା ଇଂରେଜ ତ’ ଭାରତକୁ ମୁକ୍ତକରି ଛାଡିଯିବାକୁ ପ୍ରସ୍ତୁତ ଥିଲେ କିନ୍ତୁ ତଥାକଥିତ ଉଚ୍ଚବର୍ଣ୍ଣର ଯୋଉ ଦଳିତ ବହୁଜନ ଉପରେ ଉପନିବେଶ କରିଥିଲେ ତାକୁ ଛାଡିବାକୁ ପ୍ରସ୍ତୁତ ନଥିଲେ । ବାବାସାହେବ ଆମ୍ବେଦକର ଦଳିତ ବହୁଜନଙ୍କ ମୁକ୍ତିର ପ୍ରତିନିଧି ଥିଲେ । ଏଣୁ ସମ୍ବିଧାନ ସଭାରେ ତାଙ୍କ ପ୍ରବେଶକୁ ନେଇ ତେଣୁ କଂଗ୍ରେସ ବିଶେଷକରି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଚିନ୍ତିତ ଥିଲେ । ସେ କହିଥିଲେ ସମ୍ବିଧାନ ସଭାକୁ ଆମ୍ବେଦକରଙ୍କୁ ଖାଲି କବାଟ ଝର୍କା ବନ୍ଦ କରାଯାଇନି, ସ୍କାଏ ଲାଇଟ ମଧ୍ୟ ବନ୍ଦ କରାଯାଇଛି । କଂଗ୍ରେସ ଓ ବିଶେଷ କରି ବଲ୍ଲଭଭାଇ ପଟେଲ ତୀବ୍ର ଦ୍ୱେଷ କରିବାର କାରଣ ଥିଲା ସମସ୍ତେ ବୁଝି ସାରିଥିଲେ ଇଂରେଜ ପରେ ମୁଖ୍ୟତଃ ସବର୍ଣ୍ଣ ଭାରତକୁ ଯୋଉ ଶାସନ ଆସିବାର ଅଛି, ସେ ରାସ୍ତାରେ ଆମ୍ବେଦକର ହେଉଛନ୍ତି ମୁଖ୍ୟ ପ୍ରତିବନ୍ଧକ ।

ବାବା ସାହେବ ନିଜର ପୁସ୍ତକ What Congress and Gandhi have done for the Untouchables ରେ କଂଗ୍ରେସ ଓ ଗାନ୍ଧିଙ୍କ  ଦଳିତ ବିରୋଧି ମନୋଭାବ ଓ କାର୍ଯ୍ୟକଳାପକୁ ଦସ୍ତାବେଜ ସହ ପର୍ଦାଫାଶ କରିଥିଲେ । ଏଣୁ ସମ୍ବିଧାନ ସଭାକୁ ନିର୍ବାଚନ ସମୟରେ କଂଗ୍ରେସ ବିଭିନ୍ନ ପ୍ରାନ୍ତିୟ ବିଧାନସଭାରୁ ବାବାସାହେବଙ୍କ ପାର୍ଟି ସିଡୁଲକାଷ୍ଟ ଫେଡ଼େରେସନକୁ ହରେଇ କଂଗ୍ରେସ ନିଜର ଦୁର୍ବଳ ପ୍ରାର୍ଥୀମାନଙ୍କୁ ଜିତେଇ ଥିଲା । ନିଜ ପ୍ରିୟ ଇଲାକା ବମ୍ବେ ଆସେମ୍ଲିରୁ ବାବାସାହେବଙ୍କୁ ହାରିବାକୁ ପଡିଥିଲା । ବାବାସାହେବ ଆମ୍ବେଦକର ସମ୍ବିଧାନ ସଭାକୁ ଯିବା ଖୁବ ଜରୁରୀ ବୋଲି ବୁଝି ସାରିଥିଲେ । ବାରିଷ୍ଟର ଯୋଗେନ୍ଦ୍ରନାଥ ମଣ୍ଡଳଙ୍କ ସହଯୋଗକ୍ରମେ ସେ ବେଙ୍ଗଲ ପ୍ରଭିନ୍ସର ଖୁଲାନା ଓ ଜହିସୁର ଅଞ୍ଚଳରୁ ସମ୍ବିଧାନ ସଭାକୁ ନିର୍ବାଚନ ଲଢିବା ସ୍ଥିର ହେଲା । ଯୋଗେନ୍ଦ୍ରନାଥ ମଣ୍ଢଳ ଓ ଆମ୍ବେଦକର ବେଙ୍ଗଲ ବିଧାନସଭାର ସମ୍ବିଧାନ ସଭାକୁ ନିର୍ବାଚିତ ହୋଇ ଆସିଲେ ମଧ୍ୟ ତାଙ୍କ ସଦସ୍ୟତାକୁ ବାଦ ଦେବା ପାଇଁ ଓ ଉକ୍ତ ଅଞ୍ଚଳରେ ଦଳିତ ବହୁଜନଙ୍କ ଉପରେ ବାବାସାହେବ ଓ ଯୋଗେନ୍ଦ୍ରନାଥ ମଣ୍ଡଳଙ୍କ ପତିଆରା ଥିବା ଯୋଗୁଁ ଉକ୍ତ ଅଞ୍ଚଳକୁ ପୂର୍ବ ପାକିସ୍ଥାନ ଅନ୍ତର୍ଭୁକ୍ତ କରି ଦିଆଗଲା । ଅନ୍ୟଥା ନିୟମାନୁସାରେ ପଚାଶ ପ୍ରତିଶତରୁ ଉର୍ଦ୍ଧ୍ୱ ହିନ୍ଦୁ ଜନସଂଖ୍ୟା ଥିବା ଅଞ୍ଚଳକୁ ହିଁ ପାକିସ୍ଥାନ ଅନ୍ତର୍ଭୁକ୍ତ କରିବାର ନିୟମ ନଥିଲା । କିନ୍ତୁ ଉକ୍ତ ଅଞ୍ଚଳରେ ହିନ୍ଦୁଙ୍କ ସଂଖ୍ୟା ଷାଠିଏ ପ୍ରତିଶତରୁ ଉର୍ଦ୍ଧ୍ୱ ଥିଲା । ଏପରି ଭାବେ ଆମ୍ବେଦକରଙ୍କ ସମ୍ବିଧାନ ସଭାକୁ ନିର୍ବାଚିତ ହେବାର ଆଶା ବି ମଉଲିଗଲା । ବାବାସାହେବ ଆମ୍ବେଦକର ଏହାପରେ ଆହୁରି ଚିନ୍ତିତ ହୋଇପଡିଲେ । ସେ ତିନିମାସ ଧରି ଇଂରେଜମାନଙ୍କୁ ଭେଟି ଏହା ନିଶ୍ଚିତ କଲେ ଯେ ଭାରତର ସବର୍ଣ୍ଣ ହିନ୍ଦୁ ଦଳିତ ବହୁଜନଙ୍କୁ ଅଧିକାରରୁ ବଞ୍ଚିତ କରିବା ପାଇଁ ଏପରି ଷଡଯନ୍ତ୍ର କରୁଛନ୍ତି । ଇଂରେଜମାନଙ୍କ ଚାପ ତଥା ସମ୍ବିଧାନ ପ୍ରଣୟନ ପାଇଁ ଉପଯୁକ୍ତ ବ୍ୟକ୍ତିର ଅଭାବ ଯୋଗୁଁ କଂଗ୍ରେସ ବାଧ୍ୟହୋଇ ପୁନା ଅଞ୍ଚଳରୁ ନିର୍ବାଚିତ ପ୍ରତିନିଧି ଏମ.ଏସ. ଜୟକରଙ୍କୁ ଇସ୍ତାଫା ଦେବାକୁ କହି ବାବାସାହେବ ଆମ୍ବେଦକରଙ୍କୁ ଉକ୍ତ ଅଞ୍ଚଳରୁ ନିର୍ବାଚିତ କରି ଆଣିଲେ । ଏପରି ଭାବେ ନିଜ ସଂଘର୍ଷ ଓ ଯୋଗ୍ୟତା ବଳରେ ବାବାସାହେବ ସମ୍ବିଧାନ ସଭାରେ ନିଜର ଆସନ ସୁନିଶ୍ଚିତ କରି ପାରିଥିଲେ ।

ସମ୍ବିଧାନ ପ୍ରଣୟନ ହେଲା । ପାଖାପାଖି ୩୦୦ ଲୋକ ୩ ବର୍ଷଧରି ୧୨ ଅଧିବେଶନ ଓ ୧୬୭ ବୈଠକରେ ସଂବିଧାନ ଲେଖିବା ଶେଷ ହେଲା । ୨୬ ନଭେମ୍ବର, ୧୯୪୯ ସମ୍ବିଧାନ ସଭାଦ୍ୱାରା ରଚିତ ଏହି ସମ୍ବିଧାନକୁ ଗ୍ରହଣ କରାଗଲା । ଏହି ସମ୍ବିଧାନର ପ୍ରସ୍ତୁତି ପ୍ରକ୍ରିୟା ଓ ଆମ୍ବେଦକରଙ୍କ ଭୂମିକାକୁ ଅଣଦେଖା ତଥା ସମ୍ବିଧାନ ପ୍ରତି ବ୍ରାହ୍ମଣବାଦୀଙ୍କ ଘୃଣାଯୋଗୁଁ ସମ୍ବିଧାନକୁ ନେଇ କୌଣସି ଉତ୍ସବ ଦିବସ ଘୋଷଣା ହେଇ ନଥିଲା । ଅନେକ ଦଳିତ ସଂଗଠନ ସ୍ୱାଭାବିକ ଭାବେ ନଭେମ୍ବର ୨୬କୁ ସମ୍ବିଧାନ ଦିବସ ରୂପେ ପାଳନ କରିବା ଆରମ୍ଭ କଲେ । ବାବାସାହେବ ଆମ୍ବେଦକରଙ୍କ କ୍ରମବର୍ଦ୍ଧିଷ୍ଣୁ ପ୍ରସିଦ୍ଧି ଯୋଗୁଁ ବାଧ୍ୟ ହୋଇ ସରକାର ନଭେମ୍ବର ୨୬କୁ ସମ୍ବିଧାନ ଦିବସ ରୂପେ ଘୋଷଣା କଲେ ।

ସମ୍ବିଧାନକୁ ନେଇ ବ୍ରାହ୍ମଣବାଦୀଙ୍କ ଭୟ ଓ ଘୃଣାର ଏକ ଐତିହାସିକ କାରଣ ଅଛି । ଇତିହାସକୁ ପରିଭାଷିତ କରିବାକୁ ଯାଇ ବାବାସାହେବ ଆମ୍ବେଦକର କହନ୍ତି ଯେ ଇତିହାସ ହେଉଛି ଶ୍ରମଣ ଓ ବ୍ରାହ୍ମଣଙ୍କ ସଂଘର୍ଷର ପରିଣାମ । ଆର୍ଯ୍ୟମାନଙ୍କ ଆକ୍ରମଣ କାଳରେ ଆର୍ଯ୍ୟମାନଙ୍କୁ ଆର୍ଯ୍ୟ-ପୂର୍ବ ଭାରତରେ ବସବାସ କରିଥିବା ଶ୍ରମଣମାନଙ୍କ ସହ ସଂଘର୍ଷ କରିବାକୁ ପଡିଥିଲା । ଶ୍ରମଣମାନଙ୍କୁ ପରାଜିତ କରି ବର୍ଣ୍ଣବ୍ୟବସ୍ଥା ପରି ଏକ ଅମାନବୀୟ, ଅସମାନତାପୂର୍ଣ୍ଣ, ଭେଦଭାବମୂଳକ ସମାଜ ଆର୍ଯ୍ୟମାନେ ପ୍ରତିଷ୍ଠା କରିଥିଲେ । ଖ୍ରୀ.ପୂ. ୧୫୦୦ରୁ ଖ୍ରୀ.ପୂ. ୭୦୦ ପର୍ଯ୍ୟନ୍ତ ବ୍ରାହ୍ମଣଙ୍କୁ ଶ୍ରେଷ୍ଠ ବିବେଚିତ କରୁଥିବା ବର୍ଣ୍ଣବ୍ୟବସ୍ଥା ଭାରତରେ ଲାଗୁ ରହିଲା । ସିଦ୍ଧାର୍ଥ ଗୌତମ ଆର୍ଯ୍ୟପୂର୍ବ ଶ୍ରମଣ ସଂସ୍କୃତିର ଦର୍ଶନ ଆଧାରରେ ଆର୍ଯ୍ୟ ସଂସ୍କୃତିକୁ ପରାଜିତ କରି ସମଗ୍ର ଭାରତରେ ପୁଣିଥରେ ଶ୍ରମଣ ସଂସ୍କୃତି ବା ବୁଦ୍ଧଧମ୍ମର ପ୍ରତିଷ୍ଠା କରିଥିଲେ । ପରବର୍ତ୍ତି ସମୟରେ ଦୀର୍ଘ ୫୦୦ ବର୍ଷ ଧରି ଏହି ବୁଦ୍ଧଧମ୍ମ ଭାରତକୁ ଶ୍ରମଣମାନଙ୍କ ଶାସନ ପ୍ରତିଷ୍ଠା କରିବାରେ ସହାୟକ ହେଲା । ବୁଦ୍ଧକାଳୀନ ସମତା-ସ୍ୱତନ୍ତ୍ରତା-ନ୍ୟାୟପୂର୍ଣ୍ଣ ସମାଜ ସଦାବେଳେ ନିଜକୁ ଆର୍ଯ୍ୟ ବା ଶ୍ରେଷ୍ଠ ଓ ଅନ୍ୟକୁ ଉପନିବେଶ କରି ଶାସକ ହେବା ପ୍ରବୃତ୍ତି ବ୍ରାହ୍ମଣବାଦୀମାନଙ୍କୁ ଅସହ୍ୟ ହେଉଥିଲା । ସମୟ ସୁଯୋଗ ଉଣ୍ଡି ପ୍ରତିକ୍ରାନ୍ତି ପାଇଁ ପ୍ରସ୍ତୁତ ହେଉଥିଲେ । ଆର୍ଯ୍ୟଧର୍ମୀ ବା ବ୍ରାହ୍ମଣବାଦୀମାନଙ୍କର ଶାମ-ଦାମ-ଦଣ୍ଡ-ଭେଦ ଆପଣେଇ ବୃହଦତ୍ତ ରାଜାଙ୍କ ହତ୍ୟା ପୂର୍ବକ ପୁଶ୍ୟମିତ୍ର ଶୃଙ୍ଗକୁ ଶାସକ କରି ପୁଣିଥରେ ବ୍ରାହ୍ଣଣବାଦୀ ଶାସନକୁ ପ୍ରତିଷ୍ଠା କରିଥିଲେ । ଅନେକ ବୌଦ୍ଧଭିକ୍ଷୁ ମାନଙ୍କୁ ହତ୍ୟାକରି ଅନେକ ବୁଦ୍ଧ ବିହାର ଭାଙ୍ଗି ଚିରଦିନ ଶ୍ରମଣ ମାନଙ୍କୁ ଗୋଲାମ କରିବା ପାଇଁ ଜାତିପ୍ରଥାର ସୃଷ୍ଟି କଲେ । ଏହାକୁ ବଳବତ୍ତର ରଖିବା ପାଇଁ ଆଚରଣ ବିଧି ଓ ଦଣ୍ଡସଂହିତା ମୂଳକ ଏକ ଆଇନ-କାନୁନ ଗ୍ରନ୍ଥ ମନୁସ୍ମୃତିର ରଚନା କଲେ । ଶଙ୍କରାଚାର୍ଯ୍ୟଙ୍କ ନେତୃତ୍ୱରେ ଭାରତରେ ବ୍ରାହ୍ଣବାଦକୁ କଠୋରରୂପେ ପ୍ରତିଷ୍ଠିତ କରାଗଲା । ଶ୍ରେଷ୍ଠତା ଓ ଶାସନାଧିନ କରୁଥିବା ଏହି ବ୍ୟବସ୍ଥାକୁ ସମୁବାଦ ତଥା ବ୍ରାହ୍ଣଣବାଦ କୁହାଯାଏ ।

ଭାରତରେ ମୋଗଲମାନଙ୍କ ଶାସନ କାଳରେ ବ୍ରାହ୍ଣଣବାଦୀ ମାନେ ମୋଗଲ ପାଖରେ ଆତ୍ମସମର୍ପଣ କରି ମନୁବାଦକୁ ଚଳେଇବାକୁ ଚେଷ୍ଟାକଲେ । କିନ୍ତୁ ଜାତିମାନଙ୍କ ରାଜତ୍ୱ ରହିଲା ନାହିଁ । ମୁସଲିମମାନଙ୍କ ରାଜତ୍ୱ କାଳରେ ମନୁଙ୍କ ସମ୍ବିଧାନ ଅନେକାଂଶରେ ଦୁର୍ବଳ ହୋଇପଡିଲା । କିନ୍ତୁ ବ୍ରାହ୍ମଣବାଦୀମାନେ ସବୁକାଳେ କେମିତି ଶାସନକୁ ଆସିବେ, ସେମାନେ ସବୁ ପ୍ରକାର ଷଡଯନ୍ତ୍ର ଭିତରେ ଭିତରେ ଚଳେଇଥାନ୍ତି । ଏହାର ଫଳସ୍ୱରୁପ ଶେଷ ମୋଗଲ ରାଜାଙ୍କୁ ଇଂରେଜମାନଙ୍କ ସାହଯ୍ୟ ନେଇ ହତ୍ୟା କରିବାରେ ସଫଳ ହେଲେ । ବ୍ରାହ୍ଣଣବାଦୀଙ୍କ ଆଜିଯାଏ ତାଙ୍କ ମନରେ ସବୁଠୁ ଘୃଣା ମୁସଲମାନମାନଙ୍କ ପ୍ରତି ବେଶି ଏଇଥିପାଇଁ ଯେ ଏହି ସମୁଦାୟ ହିଁ ସବୁଠୁ ବେଶି ବ୍ରାହ୍ମଣମାନଙ୍କୁ କ୍ଷମତାଚ୍ୟୁତ କରିଥିଲେ । ଅନେକ ଦଳିତ ବହୁଜନ ଏଣୁ ଇସଲାମ ଧର୍ମକୁ ବହୁତ ସହଜ ଭାବେ ଗ୍ରହଣ କରିଥିଲେ । କିନ୍ତୁ ବ୍ରାହ୍ଣଣବାଦୀମାନେ ଖଣ୍ଡାମୁନରେ ଧର୍ମ ପରିବର୍ତ୍ତନ କଲେ ବୋଲି ପ୍ରଚାର କରନ୍ତି । ବିଭିନ୍ନ ସମୟରେ ମୁସଲିମ ବିରୋଧି ଆକ୍ରମଣ ଉକ୍ତ କ୍ଷମତାଚ୍ୟୁତ ହୋଇଥିବା କାରଣର ପ୍ରତିଶୋଧମୂଳକ ପଦକ୍ଷେପ ଛଡା କିଛି ନୁହେଁ । ଇଂରେଜମାନେ ବ୍ରାହ୍ମଣବାଦୀଙ୍କ ତୁଳନାରେ ଟିକିଏ ଉଦାର ଥିଲେ ଓ ମନୁସ୍ମୃତିର ବ୍ରହ୍ମଣକତ୍ତୃତ୍ୱ ନିୟମକୁ ଅମାନ୍ୟ କରି ଇଂରେଜମାନେ ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ପାଇଁ ସମାନ ନିୟମ ସଦାବେଳେ ନିଜକୁ ଶୀର୍ଷରେ ରଖିବାକୁ ଚାହୁଁଥିବା ତଥାକଥିତ ଉଚ୍ଚଜାତି ପାଇଁ ଅସହ୍ୟ ହୋଇପଡିଲା । ସେମାନେ ହୃଦୟଙ୍ଗମ କଲେ ଯେ ଚଳମାନ ଇଂରେଜଠୁ ସ୍ୱତନ୍ତ୍ର ହେବାର ଜନ ଆନ୍ଦୋଳନର ଚାପରେ ଦିନେ ନା ଦିନେ ଭାରତ ଛାଡିଯିବେ କିନ୍ତୁ ଶାସନ ଭାର ବ୍ରାହ୍ମଣବାଦୀଙ୍କ ହାତକୁ ଆସିବ ନାହିଁ । ଏଣୁ ବ୍ରାହ୍ମଣବାଦୀଙ୍କ ପ୍ରଭୁତ୍ୱ ପାଇଁ ୧୯୨୫ରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ନାମକ ଏକ ଉଗ୍ର ଜାତୀବାଦୀ ସାଂପ୍ରଦାୟିକ ସଙ୍ଗଠନ ଗଠନ କଲେ । ଲୋକମାନଙ୍କର ଇଂରେଜ ବିରୋଧି ଆନ୍ଦୋଳନରେ ସହଯୋଗ କଲେ ନାହିଁ ବରଂ ଆର.ଏସ.ଏସ.ର ମୁଖ୍ୟ ଅନ୍ୟମାନଙ୍କୁ ଇଂରେଜ ବିରୁଦ୍ଧରେ ନଯିବା ପାଇଁ ନିର୍ଦ୍ଦେଶ ଦେଲେ । ଆମ୍ବେଦକରଙ୍କ ଆନ୍ଦୋଳନ ଓ ବାମପନ୍ଥୀଙ୍କ ଉଗ୍ରଧାରାରେ ଆତଙ୍କିତ ହୋଇ ଆର.ଏସ.ଏସ. ଆହୁରି ନିଜକୁ ମଜବୁତ କରିବାକୁ ଚେଷ୍ଟାକଲା । ଏପରିକି ଇଟାଲୀ-ଜର୍ମାନୀର ଫାଶୀବାଦ ଶୈଳୀରେ ନିଜ ସଙ୍ଗଠନକୁ ଦେଶର ମୂଳନିବାସୀ ଓ ସଂଖ୍ୟାଲଘୁ ବିରୁଦ୍ଧରେ ଘୃଣାର ରାଜନୀତିକୁ ତୀବ୍ର କଲା । ଆଗରୁ ଆର.ଏସ.ଏସ.ର କୌଣସି ସଂସଦୀୟ ପାର୍ଟି ନଥିଲା କିନ୍ତୁ କଂଗ୍ରେସର ଅନେକ ସଦସ୍ୟ କଥିତ ଉଚ୍ଚଜାତିର ଥିଲେ ଓ କାୟମନୋବାକ୍ୟରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘକୁ ସମର୍ଥନ କରୁଥିଲେ । ଏଣୁ ବ୍ରାହ୍ମଣବାଦୀ ଗୋଷ୍ଠୀ ସଦାବେଳେ ସଚେତ ହୋଇ ମନୁସ୍ମୃତିକୁ ଲାଗୁ କରିବାକୁ ସଦାବେଳେ ଛକି ବସିଲେ । ଅତଏବ, ବାବାସାହେବ ଆମ୍ବେଦକର ସମ୍ବିଧାନ ସଭାକୁ କେମିତି ଯାଇପାରିବେ ନାହିଁ ତା’ପାଇଁ ସତଚେଷ୍ଟା କଲେ । କିନ୍ତୁ ଅନନ୍ୟୋପାୟ ହୋଇ ଯେତେବେଳେ ଆମ୍ବେଦକରଙ୍କୁ ପ୍ରଣୟନ କମିଟିର ଅଧ୍ୟକ୍ଷ କରିବାକୁ ବାଧ୍ୟ ହେଲେ । ଆଗରୁ ଲେଖିଛି, ଏହା କଂଗ୍ରେସ ପାର୍ଟିର ଉଦାରତା ନଥିଲା ବରଂ ବାବାସାହେବ ଆମ୍ବେଦକର ନିଜ ଯୋଗ୍ୟତା ବଳରେ ସମ୍ବିଧାନ ସଭାକୁ ଯାଇଥିଲେ ।

 ସମ୍ବିଧାନ ପ୍ରଣୟନ କରିବା ପୂର୍ବରୁ ଯେମିତି ଅନେକ ବାଧାବିଘ୍ନ ଆସିଥିଲା, ସମ୍ବିଧାନ ଲାଗୁ ହେଲା ପରେ ବି ଏହାକୁ ଅକାମୀ କରିଦେବାର ତଥା ବଦଳେଇବାର ଷଡଯନ୍ତ୍ର ଏଯାଏ ଚାଲିଛି । ସମ୍ବିଧାନ ପ୍ରତି ଧାଡି ଉପରେ ଅନେକ ଦିନ ଧରି ଗୃହରେ ଆଲୋଚନା ହୋଇଥିଲେ ମଧ୍ୟ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଆମ୍ବେଦକରଙ୍କ ସମ୍ବିଧାନ ନିର୍ମାଣରେ ଯୋଗଦାନକୁ ଅବମୂଲ୍ୟାୟନ କରି ଆସିଛି । ପ୍ରଥମତଃ ସେମାନେ ସମ୍ବିଧାନକୁ ବି.ଏନ. ରାଓ ତିଆରି କରିଥିଲେ ବୋଲି ପ୍ରଚାର କରନ୍ତି ଯାହା କି ପୂରାପୂରି ମିଛ । ବି.ଏନ. ରାଓଙ୍କୁ କେବଳ ପୃଥିବୀର ଯେତେ ସମ୍ବିଧାନ ଅଛି ତାକୁ ସଂଗ୍ରହ କରି ପ୍ରଣୟନ କମିଟିକୁ ଦେବାକୁ ଦାୟିତ୍ୱ ଦିଆଯାଇଥିଲା ।

ତାକୁ ବୁଝିବା ଆବଶ୍ୟକ । ମୁଖ୍ୟତଃ ଭାରତରେ ଅନେକ ତଥାକଥିତ ଉଚ୍ଚଜାତିର ଲୋକଙ୍କୁ ହିଁ ମହାପୁରୁଷ ଭାବେ ଇତିହାସରେ ସ୍ଥାନ ଦିଆ ଯାଇଛି ଯେଉମାନେ ମନୁସ୍ମୃତିରେ ଥିବା ବ୍ରାହ୍ମଣବାଦ ପ୍ରଶ୍ନ କରି ନାହାନ୍ତି । ମନୁବାଦୀ ବ୍ୟବସ୍ଥାଟି କେମିତି ଅକ୍ଷୁର୍ଣ୍ଣ ରହିବ ସେ ଦିଗରେ ବ୍ରାହ୍ମଣବାଦୀ ଗୋଷ୍ଠୀଙ୍କ ସକ୍ରିୟତା ସହିତ ପ୍ରଗତିଶୀଳ ଶିବିରର ସ୍ୱନିର୍ବାଚିତ ନିଷ୍କ୍ରିୟତା ମୂଖ୍ୟତଃ ଦାୟୀ । ଦଳିତ ଆନ୍ଦୋଳନର ପ୍ରଖରତା ଯୋଗୁଁ ଅନେକ ବୁଦ୍ଧିଜୀବୀ  ମନୁସ୍ମୃତିର ସମାଲୋଚନା କରିବାକୁ ବାଧ୍ୟ ହୋଇଛନ୍ତି । କିନ୍ତୁ ସଂଘ ପରିବାର ତଥା ବ୍ରାହ୍ମଣବାଦୀ ବୁଦ୍ଧିଜୀବୀ ଆଜିବି ମନୁସ୍ମୃତିକୁ ବିଭିନ୍ନ ଛଳ-ବଳ-କୌଶଳ କରି ଏହା ଔଚିତ୍ୟ ପ୍ରଦାନ କରିବାକୁ ଓ ମନୁବାଦକୁ ଚିରସ୍ଥାୟୀ କରିବାର  ଚେଷ୍ଟା କରିଚାଲିଛନ୍ତି । ଦଳିତ ବହୁଜନ ତରଫରୁ ମନୁସ୍ମୃତି ଦହନ କାର୍ଯ୍ୟକ୍ରମ ବି ପ୍ରତିବର୍ଷ ବଢିବାରେ ଲାଗିଛି । ଦଳିତ ଆନ୍ଦୋଳନ ବଢିବା ସହ ମନୁବାଦୀମାନଙ୍କ ମୁଖା ନିଶ୍ଚୟ ମନୁସ୍ମୃତି ଦଳନର ନିଆଁର ଜଳିଯିବ, ଏ ସଂଭାବନା ଦୃଢ ହେଇଆସୁଛି ।

(Hemanta Dalapati is a poet and cultural activist based in Odisha. He can be reached at hdalapati@gmail.com)

Indigenous Voice

Comments

Leave a Reply

Your email address will not be published. Required fields are marked *