https://www.artlexing.com/ scam sites xnxx bokep indo bokep jepang child sex
ଭଙ୍ଗା ଇଟା ଚୁଲିର ଭାତ - indigenousvoice.in

indigenousvoice.in

ଭଙ୍ଗା ଇଟା ଚୁଲିର ଭାତ

ଭଙ୍ଗା ଇଟା ଚୁଲିର ଭାତ

ଭେଦଭାବ କେବଳ ମନରେ ତିକ୍ତତା ବୃଦ୍ଧି କରିଥାଏ ତାହାଛଡା ଆଉ କୌଣସି ବିଷୟରେ ତାହାର ପ୍ରୟୋଜନୀୟତା ନଥାଏ । ତିକ୍ତତା ବେଳେବେଳେ ହିଂସାର ରୂପ ନେଇଥାଏ । ଆଉ ହିଂସା ମୃତ୍ୟୁର ରୂପ ଧାରଣ କରିଥାଏ । ସେଦିନ ଆମର ଭୁଲ କଣ ଥିଲା ? ଯେ ଗାଁ ଲୋକ ଆମ ଘର ଜାଳି ପୋଡି ଛାରଖାର କରିଦେଲେ ।

Susmita Pradhan
3rd February 2025

ଆପଣଙ୍କୁ ନିଶ୍ଚୟ ଅଜବ ଲାଗୁଥିବ ମୋ ଲେଖାର ଶୀର୍ଷକଟି ପଢି ।  କିନ୍ତୁ ଏହା ସତ୍ୟ ଯେ, ଦିନେ ମୁଁ ଭାତ ରାନ୍ଧିଥିଲି ଭଙ୍ଗା ଇଟା ଚୁଲିରେ, ତାହା ଅନ୍ୟ କେଉଁଠି ନୁହେଁ । ସେଇ ମୋ ଘରେ ମୋ ଭଙ୍ଗା ଦାଣ୍ଡରେ । ଯେଉଁଠି ଛାଇ ପାଇଁ ଥବା କାନ୍ଥ ଆଉ ବାଡ ସବୁ ଭାଙ୍ଗି ଯାଇଥିଲା ଦୁଇ ବର୍ଷ ତଳେ ହୋଇଥିବା ସାମ୍ପ୍ରଦାୟିକ ଦଙ୍ଗାରେ । ପୁରୁଣା କଥା ସବୁ ମନକୁ ବହୁତ କଷ୍ଟ ଦେଇଥାଏ କିନ୍ତୁ ତାହା ଆମକୁ ଭାଙ୍ଗି ପୁଣି ମଜବୁତ ମଧ୍ୟ କରିଥାଏ । ପ୍ରତିଦିନ ଆମ ଅନୁଭୂତି ସହ ପ୍ରତ୍ୟେକ ପରିସ୍ଥିତିକୁ ଗ୍ରହଣ କରିବାର କ୍ଷମତା ମଧ୍ୟ ବଢିଥାଏ । ଯଦି ଆଜି ଆମର କିଛି ଅନୁଭିତି ନାହିଁ, ଯଦି ଆଜି ଆମ ଜୀବନରେ କିଛି ସଂଘର୍ଷ ନାହିଁ, ଯଦି ଆମ ଜୀବନରେ କିଛି ଦୁଃଖ ନାହିଁ, ତାହେଲେ ଆମେ ଜୀବନର ଗୋଟିଏ ମୁଖ୍ୟ ଅଧ୍ୟାୟ ପଢିବାରୁ ବାଦ ପଡୁଛେ । ପରୀକ୍ଷା ବେଳେ ସେହି ଅଧ୍ୟାୟରୁ ପ୍ରଶ୍ନ ଆସିଲେ ଆମେ ତାକୁ ଲେଖି ପାରିବା ନାହିଁ । କାରଣ ସେହି ଅଧ୍ୟାୟକୁ ଆମେ କେବେ ମଧ୍ୟ ଓଲଟାଇ ଦେଖିନାହୁଁ । ଆମେ ନିଶ୍ଚୟ ସେହି ବିଷୟରେ ଫେଲ ହେବା ନଚେତ କମ ନମ୍ବର ରଖି ଅସଫଳତାର ତାଲିକାରେ ଅନ୍ତର୍ଭୂକ୍ତ ହୋଇଯିବା । ଯାହାକି ଆମକୁ ନିହାତି ଖରାପ ଲାଗିବ । ଯାହାକି ସମାଜରେ ଆମ ମାନ୍ୟତା ମଧ୍ୟ କମେଇ ଦେଇଥଏ ଦୀର୍ଘ ଦୁଇ ବର୍ଷ ପରେ ଆମେ ଗାଁକୁ ଫେରିଥିଲୁ । ଆମେ କହିବା ଠିକ ହେବନାହିଁ, କାରଣ ମୁଁ ଆଉ ମୋ ସାନ ଜାଆ ଗାଁକୁ ଆସିଥଲୁ । ବାବା ମା (ଶାଶୁ ଶଶୁର) କ୍ୟାମ୍ପରେ ରହୁଥଲେ । ମୋତେ ନିଶ୍ଚତ ରୂପେ ସ୍ଥିର ହୋଇ କୋଉ ଏକ ସୁରକ୍ଷିତ ଜାଗାରେ ରହିବାକୁ ଆବଶ୍ୟକ ଥିଲା କାରଣ ମୁଁ ପ୍ରତେକ ଦିନ ଅଫିସ ଯିବାର ବି ଥିଲା । ମୁଁ ଏଠିସେଠି ରହି କିପରି କାମ କରିବି ? ପଡିଶା ଘର ମାଉସୀ କହିଲେ “ଗାଁ ପରିସ୍ଥିତି ଭଲ ନାହିଁ, ତେଣୁ ବଜାରରେ ଘର ଭଡା ନେଇ ରୁହ” ।

ଆରେ ବାବୁ ଆମ ନିଜ ଘର ଥାଉ ଥାଉ ମୁଁ ଅନ୍ୟ କେଉଁଠି କାହିକି ପଇସା ଦେଇ ରହିବି ? ନା ସେଇ ପାଠ ମୋଦେଇ ହେବନାହିଁ । ଦଙ୍ଗାରେ ଆମ ଘର ପୂରା ଜଳିପୋଡି ନଷ୍ଟ ହୋଇଯାଇଥିଲା । ସେସବୁ ଦେଖି ତତକ୍ଷଣାତ୍ ସ୍ଥିର କରିଥୁଲୁ ଯେ ଆଉ କେବେ ଗାଁ କୁ ଯିବା ନାହିଁ । କିନ୍ତୁ ଆଜି ସବୁକିଛି ଓଲଟି ଯାଇଛି । ପରିସ୍ଥିତି ଖରାପ ଥିଲେ ମଧ୍ୟ ଧୀରେଧୀରେ ପରିସ୍ଥିତିକୁ ସମ୍ଭାଳିବା ଓ ଗ୍ରହଣ କରିବାର କ୍ଷମତା ମଧ୍ୟ ବଢିବଢି ଯାଇଛି । ଗାଁ ଭିତରକୁ କେହି ପଶିବାକୁ ସାହସ ମଧ୍ୟ କରି ପାରୁନଥିଲେ । କିନ୍ତୁ ମୁଁ ଆଉ ମୋ ସାନଜାଆ ସାହସ ବାନ୍ଧି ଗାଁ ଭିତରେ ପଶିଥିଲୁ । ଆମେ ଡରିଲେ ଆମକୁ ଡରାଇବେ ତେଣୁ କେବେ ମଧ୍ୟ ଡରିବା ନାହିଁ ସେଥିପାଇଁ ଧର୍ମଶାସ୍ତ୍ର ବାଇବଲରେ ୩୬୫ ଥର “ଡର ନାହି” ବୋଲି ଲେଖାଯାଇଛି । ବିଶେଷ କରି ଆମେ ମହିଳାମାନେ ସବୁ ବିଷୟରେ ଡରିଥାଉ । କିନ୍ତୁ କାହିକି ? ଆମେ ଏତେ ଡରୁ କାହିଁକି ? ସବୁବେଳେ ଡର ଆମକୁ ବିଭିନ୍ନ ବିଷୟର ଜ୍ଞାନ ଆହରଣ, ସହଭାଗୀତା ଓ ବ୍ୟକ୍ତିଗତ ବିକାଶରେ ବାଧା ପହଞ୍ଚାଇଥାଏ । ସେଦିନ ମୁଁ ଆଉ ମୋ ସାନଜାଆ ଯଦି ଡରିଥାନ୍ତୁ ତାହେଲେ ଆଜି ଆମ ପରିବାର କଦାପି ଗାଁକୁ ଆଉ ଫେରି ପାରିନଥାନ୍ତେ ।  ସେମିତି ଇଆଡ଼େସେଆଡ଼େ ଭଡା ଘରେ ନିଜ ସମ୍ପର୍କୀୟଙ୍କ ଘରେ ରହି ସମୟ ଅତିବାହିତ ହୋଇଥାନ୍ତା । ଆଉ ମୁଁ ଅଫିସକୁ ସେଇ ଭଡାଘରୁ     ଯାଉଥାନ୍ତି ।

ସେଦିନ ମୁଁ ଦୃଢ଼ ଥୂଲି, ସାହସୀ ଥିଲି । ଯେ ମୁଁ ମଧ୍ୟ ଗୋଟିଏ ଆଦିବାସୀ ଝିଅ, ଆଉ ମୁଁ ମଧ୍ୟ ଦେଖିବି ଯେ ଗାଁର କୋଉ ଆଦିବାସୀ ମୋତେ ଆସି ମୋ ଘରେ ରାନ୍ଧିବାକୁ ମନା କରିବ ? ତାଙ୍କର ଯେମିତି ହକ ଅଛି ଗାଁ ମାଟିରେ ମୋର ବି ସେତିକି ହକ ଅଛି । ମୋତେ ଏହି ଅଧିକାର କିଏ ଦୟାକରି ଦେଇ ନାହାଁନ୍ତି । ଏହା ମୋର ମୌଳିକ ଅଧକାର । ଯାହା ମୋ ସମ୍ବିଧାନ ମୋତେ ଦେଇଛି ।  ଆମ ଭଙ୍ଗା ଘର ଅଗଣାରେ ତିନ ଚାରିଟି ଭଙ୍ଗା ଇଟା ବାଡ଼ିରୁ ଗୋଟେଇ ଆଣି ଚୁଲି ବନେଇ ରୋଷେଇ ଆରମ୍ଭ କରିଥିଲୁ । ବାହାରେ ଉଦୁଉଦିଆ ଖରାରେ ବସି ରୋଷେଇ କଲାବେଳେ କଷ୍ଟ ଲାଗିଲେ ମଧ୍ୟ ମନେମନେ ଗର୍ବ ଲାଗୁଥାଏ ଯେ ଦୀର୍ଘ ଦୁଇ ବର୍ଷ ପରେ ଆଜି ମୋ ଘରେ ଚୁଲି ଜଳୁଛି । କିଛି ଫରକ ପଡ଼ିବ ନାହିଁ ତାହା ଦାଣ୍ଡରେ କି ଘାଟରେ କି ବାଡିରେ । ଏମିତି ବି ଆମେ ଖରା ଦିନ ବାହାରେ ରୋଷେଇ କରିଥାଉ । ରୋଷେଇ ସାରି ଖାଇ ବସିବା ବେଳେ ପଡିଶା ଘର ମାଉସୀ ତରକାରି ପଠେଇ ଦିଅନ୍ତି । ଆମେ ଦୁହେଁ ତୃପ୍ତିରେ ହାତ ଚାଟି ଖାଇ ଥାଉ । ଯାହାକି ସହରର ନାମୀଦାମୀ ହୋଟେଲର ସୁଆଦକୁ ତଳେ ପକାଇଦେବ । ଖାଇସାରି ଖରାବେଳେ ପୁଣି କଣ କରିବା ? ମାଉସୀଙ୍କ ଘରୁ ମସିଣା ମାଗି ଭଙ୍ଗା ଘର ଭିତରେ ପାରି ଶୋଇଲି । ଉପରେ ସବୁ ଖୋଲାମେଲା, କାନ୍ଥ ସବୁରେ ବୁଢ଼ିଆଣି ଜାଲ, ଭଙ୍ଗା ମାଟି କାନ୍ଥରୁ ବେଳେବେଳେ ମାଟି ଆଉ ପୋକଜୋକ ପଡ଼ୁଛି । ତଥାପି ମୁଁ ସେମିତି ଶୋଇଥାଏ । ବହୁତ ଅସୁରକ୍ଷିତ ଲାଗୁଥାଏ ତଥାପି ଘଣ୍ଟାଏ ଦେଢ଼ ଘଣ୍ଟା ଶୋଇ ଅତୀତର ପୃଷ୍ଠାଗୁଡିକ ଓଲଟାଉଥାଏ । ଏମିତି ହୋଇ ସନ୍ଧ୍ୟା ହୋଇଗଲା । ପାଖଘର ମାଉସୀ କହିଲେ ରାତିରେ ମୁଁ ତୁମ ଦୁଇ ବୋହୂଙ୍କୁ ସେଇ ଭଙ୍ଗା ଘରେ ଜମା ଶୋଇବାକୁ ଦେବିନାହିଁ । ତୁମେ ଦୁହେଁ ଅଲବତ ମୋ କଥା ମାନିବ । ମାଉସୀଙ୍କ କଥା ଅମାନ୍ୟ କରିବାକୁ ସାହସ ନଥିଲା । ରାତିରେ ଯାଇ ମାଉସୀଙ୍କ ଘରେ ଶୋଇଲୁ । ଏହି ସମୟରେ ମଧ୍ୟ ମହିଳାମାନଙ୍କୁ ସାହସ ବାନ୍ଧି, ଚତୁର ଓ ବୁଦ୍ଧିମାନ ହୋଇ ସମସ୍ତ ପ୍ରକାର ସମସ୍ୟାକୁ ସମାନ କରିବାକୁ ପଡିବ । ଆମେ ନିଜେ ହିଁ ନିଜକୁ ମଜବୁତ କରିବା, ଆମକୁ ନିଜେ ହିଁ ନିଜ ପାଇଁ ସିଧା ହୋଇ ଠିଆହେବାକୁ ପଡ଼ି ବା ଜୀବନଟା ଯୁଦ୍ଧକ୍ଷେତ୍ର ଆମକୁ ସଙ୍ଘର୍ଷ କରି ସେହି ଭିତରେ ପଶି ଲଢେଇ କରି ଜିତିବାକୁ ପଡିବ ।

The 2008 riots claimed 43 lives and destroyed thousands of houses and churches in the Kandhamal district. (Reuters)

ଆମେ ଡରୁଛୁ ସଙ୍ଘର୍ଷ କରିବାକୁ । ତେଣୁ ଆଜି ଆମେ ବହୁତ ବିଷୟରେ ପଛୁଆ । ସାଧାରଣ ବିଷୟ ମଧ୍ୟ ଜାଣିପାରୁ ନାହୁଁ ବୁଝିପାରୁ ନାହୁଁ ଓ ଗ୍ରହଣ କରିପାରୁନାହୁଁ । କାରଣ ଆମ ଜୀବନ ଲକ୍ଷ୍ୟ ହୀନ, ସଂଘର୍ଷ ହୀନ । ସରଳ ରାସ୍ତା ବାଛି ଆମେ ଏକ ସାଧାରଣ ଜୀବନଜ ଜୀଇଁବାକୁ ପସନ୍ଦ କରିଥାଉ । ଏହିପରି ବ୍ୟତିକ୍ରମ କାହିଁକି ? ଏହାର ଉତ୍ତର ଶିକ୍ଷା । ସବୁର ମୂଳରେ ଶିକ୍ଷା ଥାଏ । ଶିକ୍ଷା ଆମ ସମାଜକୁ ମଜବୁତ କରେ । ଶିକ୍ଷାର ଅଭାବରେ ସମାଜ ଦୁର୍ବଳ ହୋଇଯାଏ । ଦୁଃଖ ଲାଗେ ଯେତେବେଳେ ଗରିବ ଅଶିକ୍ଷିତା ଆଦିବାସୀ ମହିଳାମାନେ ଧାଡି ବାନ୍ଧି କୋଉ ଏକ ରାଲି ପାଇଁ ବାହାରି ପଡ଼ିଥାନ୍ତି କାଖରେ ଦୁଇ ମାସର କଅଁଳ ପିଲାକୁ ଜାକି । ସେମାନେ ଜାଣନ୍ତି ନାହିଁ କୁଆଡେ ଯାଉଛନ୍ତି । ରୋବର୍ଟ ପରି କିଛି ଦଲାଲଙ୍କ ଇଙ୍ଗିତରେ ଚାଲିଥାନ୍ତି । ଅମୁକ କୁହ, ସମୁକ କୁହ, ତାକୁ ମାର, ୟାକୁ ଗାଳି କର, ହୁଙ୍କାର ଦିଅ, ତାର ଘର ଜାଳି ଦିଅ ଇତ୍ୟାଦି ଇତ୍ୟାଦି ଚାଲିଥାଏ ।

ଆଜି ଯଦି ଆମ ଏହି ମହିଳାମାନେ ପାଠ ପଢି ଶିକ୍ଷିତା ହୋଇଥାନ୍ତେ ତାହେଲେ ଆଜି ତାଙ୍କୁ କିଏ ମଧ୍ୟ ନିଜ ଇଙ୍ଗିତରେ ନଚେଇ ପରିନଥାନ୍ତା । କି ଦଲାଲମାନେ ଗାଁ ଦାଣ୍ଡ ମାଡିବାକୁ ଡରିଥାନ୍ତେ । ଆଜି ଶିକ୍ଷାର ଅଭାବ ଯୋଗୁଁ ଗାଁ ଲୋକେ ଅନ୍ୟର ପ୍ରରୋଚନାରେ ପଡି ନିଜ ଭାଇ ବନ୍ଧୁଙ୍କ ଘର ଜାଳିପୋଡି ନଷ୍ଟ କରୁଛନ୍ତି । ଯାହା ତାଙ୍କ ମନରେ କେବେ ନଥିଲା ସେଇ ମଞ୍ଜା ଲଗେଇ ଦେଲେ ଦଲାଲମାନେ ଦୁଃଖ ଲାଗୁଛି ଏହି ସମସ୍ତ ବିଷୟ ଘଟିଯାଉଛି ଆମ ଆଖି ସାମନାରେ ! ଦୁଃଖ ଏଥିପାଇଁ ନୁହେଁ କି ସେମାନେ ଶିକ୍ଷାରୁ ଦୂରରେ, ଏଥିପାଇଁ ବି ନୁହେଁ କି ସେମାନେ ଗରିବ ଆଉ ଏଥିପାଇଁ ବି ନୁହେଁ କି ସେମାନେ ଆଦିବାସୀ । ତାହେଲେ ଦୁଃଖ କଣ ପାଇଁ ? ସେମାନଙ୍କ ସରଳତା ନିମନ୍ତେ । ସେମାନେ ଏତେ ସରଳ ଯେ ଯିଏ ବ ତାଙ୍କୁ ବ୍ୟବହାର କରିଥାନ୍ତି ନିଜ ସ୍ୱାର୍ଥ ନିମନ୍ତେ । ଏହି ସରଳତା ଗୁଣ ନିମନ୍ତେ ଆଦିବାସୀମାନେ ଆଜି ବିଖ୍ୟାତ । ଆମ ଲୋକମାନେ ବା ସେଠୁ କିପରି ବାଦ ପଡିବେ? କଷ୍ଟ ଲାଗିଥାଏ ଯେତେବେଳେ ମାଆମାନେ କ୍ଷୀର ଖାଉଥିବା ଛୋଟ ଛୁଆଙ୍କୁ ଧରି ଖରାରେ ଲାଇନ ହୋଇ ରାଲିଗୁଡିକରେ ଯୋଗ ଦେଇଥାନ୍ତି । ଛୁଆକୁ କ୍ଷୀର ଖୁଆଇ ଖୁଆଇ ଅନ୍ୟ ହାତରେ ପ୍ଲାକାର୍ଡ ଧରିଥାନ୍ତି ସେଥି‌ରେ କଣ ଲେଖାଯାଇଛି ଯାହା ଜାଣିବାକୁ ଚେଷ୍ଟା ମଧ୍ୟ କରିନଥାନ୍ତି, କିଛି ନବୁଝି ତାକୁ ବଡ଼ ଗର୍ବର ସହ ଧରି ଆଗେଇଥାନ୍ତି । ପିଲାଟି କ୍ଷୀର ଖାଇ ଖାଇ ସେମିତି ଝୁଲି ଶୋଇ ପଡିଥାଏ ଆଉ ପ୍ଲାକାର୍ଡ ଧରି ବୋତାମ ଖୋଲା ବ୍ଲାଉଜରେ ଚାଲିଥାଏ । ପାଖ ଭଉଣୀ ଯେତେବେଳେ କହିଥାଏ, “ଏଇ ଶାଢି ଢାଙ୍କେ ଲୋ !” ସେତେବେଳେ ଆବାଗିଆ ହସି ଶାଢି ଆଉ ଛୁଆକୁ ବାଗେଇଥାଏ ମାଆଟି । ରାସ୍ତାକଡରେ ବିକାଯାଉଥିବା ଧୂଳି ଉଡା ବରା ପକୁଡ଼ି ଅତି ଆନନ୍ଦରେ କିଣି ନିଜେ ଖାଇ ପିଲାକୁ ଖୁଆଏ । ଶୋଷ ହେଲେ କୋଉ ବିଲର ଚୁଆ ପାଣି ମଧ୍ୟ ପିଇବାକୁ ପଛାଇ ନଥାଏ । ଚାରି ମାସର ଛୁଆ ସେ, ତାକୁ ଛଅ ମାସ ପର୍ଯନ୍ତ କେବଳ ମା କ୍ଷୀର ଦରକାର । କୌଣସି ପାଣି ମହୁ ଚିନି ପାଣି ଚା କଫି ଜମା ନାହିଁ । କିନ୍ତୁ ଏ ମାଆ କଣ କରୁଛି ? କ୍ଷୀର ଖାଇବା ଛୁଆକୁ ବରା ପକୁଡି ଖୁଆଉଛି । କଣ ହେବ ଛୁଆର ଅବସ୍ଥା ? ଆଜି ଯଦି ଏ ମାଆଟି ପାଠ ପଢ଼ିଥାନ୍ତା ତାହେଲେ ନିଜ ଛୁଆର ଯତ୍ନ ଠିକ ରୂପେ ନେଇଥାନ୍ତା । କୋଉଠି ଅଛି ଆଜିର ନାରୀ ? ଆଜି ସକାଳେ ରାସ୍ତା ସେପଟେ ଝିକର ଘର ଛାତ ରହୁ ପିଇସୀ ପଚାରିଲେ, “ଝିଅ ବେଶି ଦୁର୍ବଳ ଲାଗୁଚି, କାମ କରିବାକୁ ଇଚ୍ଛା ଲାଗୁନି, ବଳ ପାଉନି, ମୁଣ୍ଡ ବୁଲେଇ ହେଉଛି, କିଛି ଔଷଧ ଦେ ଝିଅ” । ପଚାରିଲି ସକାକେ କେତେବେଳେ ଉଠ ? ତାପରେ କଣ କଣ କର କହିଯାଅ ପୂରାଦିନର ବିବରଣୀ । ପିଉସୀ କହି ଚାଲିଲେ, “ମୁଁ ଧ୍ୟାନର ସହ ଶୁଣୁଥାଏ । ପିଉସୀଙ୍କ ସମସ୍ୟା ମୁଁ ଅନୁମାନ କରି ନେଇଥିଲି କାରଣ ଏହା ନବେ ପ୍ରତିଶତ ମହିଳାଙ୍କର ସମସ୍ୟା । ଉଭୟ ଶିକ୍ଷିତା ଅଶିକ୍ଷିତ ଗାଁ ସହର କିଏ ମଧ୍ୟ ଏଥିରୁ ଅଲଗା ନୁହନ୍ତି । କଣ ଏହି ସମସ୍ୟା ? ଯାହାକି ଗ୍ରାମୀଣ ଓ ସହରିଆ ଉଭୟ ମହିଳାଙ୍କଠାରେ ଦେଖା ଯାଇଥାଏ ? ହଁ ଆପଣ ଠିକ ଅନୁମାନ କରିଛନ୍ତି ।

ମହିଳାମାନେ ସାଧାରଣତଃ ସକାଳେ ଉଠି ଘର କାମରେ ଏତେ ବ୍ୟସ୍ତ ରହିଥାନ୍ତି ଯେ ସେମାନେ ଭୁଲି ଯାଆନ୍ତି ଯେ ଗତକାଲି ରାତି ନଅଟା କିମ୍ବା ବେଶି ହେଲେ ଦଶଟାରେ ସେ ରାତ୍ର ଭୋଜନ କରିଥିଲେ । ସକାଳୁ ଘର ବାଡ଼ି ଝାଡୁ, କୂଅରୁ ପାଣି କାଢ଼ି ଗଛପତ୍ରରେ ଦେବା ବାସନାମଜା, ଗୋବର ଲିପା, ବିଲକୁ ଗୋବର ଫିଙ୍ଗିଯିବା, ବଗିଚାରେ ଘାସ ସଫା, ଲୁଗା ସଫା, ରୋଷେଇ ଇତ୍ୟାଦି । ପୁଣି ରୋଷେଇ ସାରି ସମସ୍ତଙ୍କୁ ଖାଇବାକୁ ଦେଇ ପୁଣି ଅଇଠା ବାସନା ମାଜିବା । ଏହିପରି ଭୋକିଲାରେ ଚାଲିଥାଏ ତାର କାମ ମେସିନ ପରି । ପେଟଟି ବାର ଘଣ୍ଟାରୁ ଅଧ୍ଵକ ଖାଲି ରହିଲାଣି । ଆମ ଦେହଟି ଗୋଟିଏ ଗାଡି ପରି ତାକୁ ଚାଲୁ କରିବାକୁ ହେଲେ ପେଟ୍ରୋଲ ଦରକାର ହୋଇଥାଏ । ଠିକ ସେହିପରି ଆମ ଦେହକୁ ମଧ୍ୟ କାମ କରିବାକୁ ଶକ୍ତି ଦରକାର ଆଉ ସେହି ଶକ୍ତି ଖାଦ୍ୟରୁ ମିଳିଥାଏ । ପିଉସୀଙ୍କୁ ଏହି ସମସ୍ତ ବିଷୟ ବୁଝାଇ କହିଲି । ମୋ କଥାକୁ ଆଖିକୁ ଆଖି ପାଟିକୁ ପାଟି ମିଶେଇ ଶୁଣୁଥୁଲେ ପିଉସୀ । ସବୁ ଶୁଣି ପିଇସୀ କହିଲେ ଆଜି ପର୍ଯ୍ୟନ୍ତ ମୋତେ ଏଇ କଥା କିଏ ମଧ୍ୟ କହିନଥିଲେ ଝିଅ, ଯଦି ମୁଁ ଆଗରୁ ଏହା ଜାଣିଥାନ୍ତି ତାହେଲେ ଏପରି ନିଜକୁ ଅବହେଳା କରିନଥାନ୍ତି । ପିଇସୀକି କହିଲି, “ସ୍ୱାସ୍ଥ୍ୟ ହିଁ ସମ୍ପଦ, ଆମ ସ୍ୱାସ୍ଥ୍ୟ ଠିକ୍ ରହିଲେ ହିଁ ଆମେ ଆଗକୁ ବଢିପାରିବା । କାଲି ପାଇଁ ସ୍ୱପ୍ନ ଦେଖିପାରିବା । ଆମ ପରିବାର, ସମାଜକୁ ଖୁସି ଦେଇପାରିବା ସହ ଦେଶକୁ ଆଗକୁ ବଢ଼ିବାରେ ସାହାଯ୍ୟ କରିବା । ମହିଳାମାନେ ଘରର ମୂଳଦୁଆ ଆଉ ଦେଶର ମେରୁଦଣ୍ଡ । ପ୍ରତ୍ୟେକ ମହିଳା ନିଜର ଓ ନିଜ ପରିବାରର ଯତ୍ନନେଲେ ଆମ ଦେଶର ବିକାଶ ହେବ । ପିଇସୀଙ୍କୁ କହିଲି ଦି’ପହରେ ଗେଲିନାନୀ ଘରେ ଏକାଠି ହେବା । ଆଜି କେବଳ ବିବାହିତା ମହିଳାମାନେ ଏକାଠି ହେବା । କାରଣ ଗତ ସପ୍ତାହରେ କିଶୋରୀ ବାଳିକା ଓ ସେମାନଙ୍କ ମାମାନଙ୍କୁ ମାସିକ ଧର୍ମ ଓ ଋତୁକାଳୀନ ସ୍ୱାସ୍ଥ୍ୟ ସମସ୍ୟା ଉପରେ ଆଲୋଚନା, ସହିତ ସ୍ୱେଛାସେବୀ ସଂଗଠନ ତରଫରୁ ସାନିଟାରି ପ୍ୟାଡ଼ ଦିଆଯାଇଥିଲା । ମାସିକ ଧର୍ମ ସମୟରେ ସଫାସୁତର ରହିବା, ପ୍ରତି ତିନି ଘଣ୍ଟାରେ ପ୍ୟାଡ ବଦଳାଇବା, ପ୍ୟାଡ଼ ବଦଳାଇବା ପରେ ହାତ ସାବୁନରେ ଧୋଇବା, ପ୍ୟାଡକୁ ସୁରକ୍ଷିତ ଜାଗାରେ ଫୋପାଡିବା । ସୁଷମ ଖାଦ୍ୟ ଖାଇବା, କୌଣସି ବିଷୟ ପାଇଁ ବ୍ୟସ୍ତ ନହେବା, ପେଟ ବଥା ହେଲେ ବୋତଲରେ ଉଷୁମ ପାଣି ରଖି ସେକଦେବା । ପ୍ରତ୍ୟେକ କିଶୋରୀ ବାଳିକାମାନଙ୍କ ମାମାନେ ଏସବୁ କିଶୋରୀ ସ୍ୱାସ୍ଥ୍ୟରକ୍ଷା ଅବଗତ ଓ ସଚେତନ ହେବା ଆବଶ୍ୟକ । ପ୍ରତ୍ୟେକ ମାଆ ଏହି ସମୟରେ ଝିଅକୁ ସହଯୋଗ କରିବା ଆବଶ୍ୟକ । ଯେଉଁ କୁସଂସ୍କାର ଆଗରୁ ରହି ଆସିଛି ସେସବୁକୁ ସମାଜରୁ ଯଥାଶୀଘ୍ର ମୂଳପୋଛ କରିବ ନିମନ୍ତେ ଚେଷ୍ଟା କରିବା । ମାସିକଧର୍ମ ଶରୀରର ଏକ ସାଧାରଣ ପ୍ରକ୍ରିୟା, ଏଥିରେ ଝିଅ ଓ ମହିଳାମାନେ ଅପବିତ୍ର ଅଶୁଚି ହୋଇନଥାନ୍ତି । ତେଣୁ ଆମେ କୁସଂସ୍କାରକୁ ବଢିବାକୁ ନଦେଇ ସେହି ସମୟରେ କିଶୋରୀ ବାଳିକା ଓ ମହିଳାମାନଙ୍କୁ ବିଭିନ୍ନ ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରିବାକୁ ବଞ୍ଚିତ କରିବାନାହିଁ । ଏହାକୁ କେବଳ ସକାରାତ୍ମକ ଦୃଷ୍ଟିକୋଣରୁ ଦେଖିବା,  “ପ୍ରଜନନ କ୍ଷମତା ନାରୀଜାତି ନିମନ୍ତେ ଏକ ସ୍ୱର୍ଗୀୟ ବରଦାନ ଓ ନାରୀ ସ୍ୱାସ୍ଥ୍ୟ ହି ସମ୍ପଦ” ।

ଆଜି କୋରନା ମଧ୍ୟ ଏହି ଖବର ନେଇ ଆସିଛି ଯେ “ସ୍ୱାସ୍ଥ୍ୟ ହିଁ ସମ୍ପଦ । ଆଜି କୋରନା ଆଗରେ ଟଙ୍କା ହାର ମାନିଯାଇଛି । ଜିତିଛି ଏକ ସୁନ୍ଦର ସ୍ୱାସ୍ଥ୍ୟ ସ୍ୱଛ ପରିବେଶ ଓ ବ୍ୟକ୍ତିଗତ ସଚେତନତା । ଦାଣ୍ଡର ଭିକାରୀ ଓ କୋଟିପତି ସବୁ ସମାନ କରି ଦେଇଛି । ଆଜି କୋଟିପତି ମାନେ ଟଳି ପଡିଛନ୍ତି । କିନ୍ତୁ ଭିକାରିଟି ସୁରକ୍ଷିତ ଅଛି । ଏହା ପ୍ରଭୁଙ୍କର ଅଦ୍ଭୁତ କାର୍ଯ୍ୟ । ଏହାକୁ ଆମେ ଆମ ସ୍ୱଳ୍ପ ଜ୍ଞାନରେ ମାପି ପାରିବା ନାହିଁ କି ଏଥରେ ଯୁକ୍ତି ବାଢିବା ଅନୁଚିତ । ଯଦିବା କୋରନା ଯୋଗୁଁ ଆଜି ବିଶ୍ୱରେ ମରଣର ଆତଙ୍କ ଖେଳିଯାଇଛି ତଥାପି ଆଜି କେବଳ କୋରନା ଆମ ପରିବାରକୁ ବାନ୍ଧି ରଖିପାରିଛି । ଏହା କେବେ ମଧ୍ୟ ସମ୍ଭବ ହୋଇପାରି ନଥାନ୍ତା । ତାଲାବନ୍ଦି ସମୟରେ ବହୁତ ପରିବାର ମଧ୍ୟରେ ଥିବା “ଅଶାନ୍ତି”ର ତାଲବନ୍ଦି ହୋଇଯାଇଛି । ବନ୍ଦ କୋଠରୀ ଭିତରେ ମାଆ, ବାପା, ପୁଅ, ଝିଅ ଏକ ଆରେକକୁ ବୁଝିପାରିବାରେ ସକ୍ଷମ ହେଲେ ଯାହାକି ଯୁଗଯୁଗ ଧରି ପରିବାର ବିକାଶରେ ପ୍ରତିବନ୍ଧକ ଥିଲା । ହାତରେ ପଇସା ନାହିଁ କିନ୍ତୁ ମନରେ ଶାନ୍ତି ତୃପ୍ତ ଓ ଆନନ୍ଦ ଅଛି । ମଣିଷ ଶିଖି ଯାଇଛି ଯେ “ସଞ୍ଚୟ” ନିହାତି ଆବଶ୍ୟକ । ସ୍ତ୍ରୀ ବୁଝୁ ପାରିଛି ନିଜ ଗାଁ ଭିଟାମାଟିଠାରୁ ଆଉ କେଉଁ ଜାଗା ସୁରକ୍ଷିତ ନୁହେଁ । ଗାଁ ପ୍ରତି ଦୃଷ୍ଟିକୋଣ ପିଲାମାନଙ୍କର ବଦଳିଯାଇଛି । ଆଜି ପିଲାମାନେ ଘର ବାଡିବଗିଚା ସଜେଇବାରେ ଲାଗିଛନ୍ତି, ଯାହାକୁ ସେମାନେ ଦିନେ ତୁଚ୍ଛ କରିଦେଇଥିଲେ । ଆଜି କୋରନା ଆମକୁ ବାଛନ୍ଦ କରିଦେଇଛି । କିନ୍ତୁ ଏହି ବନ୍ଧନରୁ ଆମେ ଅତିଶୀଘ୍ର ମୁକୁଳି ଯିବା । ସମସ୍ତ ବାଛ ବିଚାରକୁ ଏଡାଇ ସମାଜରେ ଆମ ସମସ୍ତଙ୍କୁ ମିଳିମିଶି ରହିବାକୁ ପଡିବ । କିଏ ଜାଣିଛି କାଲି କାହାର ପରିସ୍ଥିତି କଣ ହେବ ଓ କିଏ କାହାର ସାହାଯ୍ୟ ଆଶ୍ରୟ ଲୋଡ଼ିବ । ଭେଦଭାବ କେବଳ ମନରେ ତିକ୍ତତା ବୃଦ୍ଧି କରିଥାଏ ତାହାଛଡା ଆଉ କୌଣସି ବିଷୟରେ ତାହାର ପ୍ରୟୋଜନୀୟତା ନଥାଏ । ତିକ୍ତତା ବେଳେବେଳେ ହିଂସାର ରୂପ ନେଇଥାଏ । ଆଉ ହିଂସା ମୃତ୍ୟୁର ରୂପ ଧାରଣ କରିଥାଏ । ସେଦିନ ଆମର ଭୁଲ କଣ ଥିଲା ? ଯେ ଗାଁ ଲୋକ ଆମ ଘର ଜାଳି ପୋଡି ଛାରଖାର କରିଦେଲେ । ନିଶ୍ଚୟ ସେମାନଙ୍କ ମନରେ ଆମ ଅଜାଣତରେ ଆମ ନିମନ୍ତେ ତିକ୍ତତା ବୃଦ୍ଧି ପାଇଥିଲା । ତିକ୍ତତା ଏତେ ମାତ୍ରାରେ ବୃଦ୍ଧି ପାଇଗଲା ଯେ ସେମାନେ ପିଲାବେଳର ଅନ୍ତରଙ୍ଗ ବନ୍ଧୁତା ମଧ୍ୟ ଭୁଲି ଯାଇଥିଲେ। କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ ।

ହିଂସା, ଦ୍ୱେଷ ସମାଜ ଓ ଦେଶକୁ ବିକାଶ କରିବାରେ ବାଧା ସୃଷ୍ଟି କରିଥାଏ । ଆଗାମୀ ପିଢ଼ି ପାଇଁ ଏହା ବିପଦଜନକ । ଆମକୁ ହିଁ ଏହାକୁ ସୁଧାରିବାକୁ ପଡିବ । ହଁ ନିଶ୍ଚତ ରୂପେ ଏହା ଏକ ଆହ୍ୱାନ । କିନ୍ତୁ ଜୀବନରେ ଆହ୍ୱାନ  ନଥିଲେ ମଜା ନାହିଁ । ବଡଦିନ ପାଳନ ବେଳେ ମୋ ସ୍ୱାମୀ ମୋତେ ପଚାରିଲେ, “ଗାଁ ଭିତରେ କେକ୍, ପିଠା ସମସ୍ତଙ୍କୁ ବାଣ୍ଟିଲ?” ହଠାତ ଏହା ଶୁଣି ମୁଁ ରାଗରେ ନିଆଁ ହୋଇଗଲି । କହିଲି, “କଣ ହେଲା, ଯିଏ ଆମ ଘର ଜାଳିଛନ୍ତି ସେମାନଙ୍କୁ ପିଠା କେକ୍ ଦେବାକୁ ଯିବୁ ? କଦାପି ନୁହେଁ, ଏହା ଅସମ୍ଭବ!” ସେ କହିଲେ, “ତାହେଲେ ତୁମେ ଅନ୍ୟମାନଙ୍କଠାରୁ ଆଉ କଣ ଅଲଗା ?” ବାଇବଲରେ କଣ ଲେଖା ଯାଇଛି ? “ପାପକୁ ଘୃଣାକର କିନ୍ତୁ ପାପୀକୁ ପ୍ରେମ କର।“ ଏହା ମୋତେ ଗାଲରେ ଚଟକଣି ପରି ଲାଗିଥିଲା । ଭୂଲ ପାଇଁ ପ୍ରଭୁଙ୍କୁ କ୍ଷମା ମାଗିଥିଲି । ସେଦିନ ସନ୍ଧ୍ୟାରେ ରୋଷେଇ ଦାୟିତ୍ୱ ପିଲାମାନଙ୍କୁ ଦେଇ ଆମେ ପାଞ୍ଚ ବୋହୂ ପିଠା, କେକ୍ ଓ ଶାଶୁ,ଶଶୁରଙ୍କ ତରଫରୁ ବଡଦିନ କାର୍ଡ, ଧୋତି, ଲୁଙ୍ଗି ଓ ଶାଢି ନେଇ ଘର ଘର ବୁଲି ବାଣ୍ଟିଥିଲୁ । ଆମକୁ ଦୁଆର ମୁହଁରେ ଦେଖିବାକୁ ସେମାନଙ୍କ ଆଖି ଆଉ ମନ ପ୍ରସ୍ତୁତ ନଥିଲା । ସେହି ସମୟ ବହୁତ କଠିନ ଥିଲା ଉଭୟଙ୍କ ନିମନ୍ତେ । କିନ୍ତୁ ଆମେ ସେଦିନ ସଫଳତାର ପ୍ରଥମ ପାହାଚରେ ପାଦ ପକେଇବାକୁ ସକ୍ଷମ ହୋଇଥିଲୁ । ଭାଙ୍ଗି ଯାଇଥିବା ସମ୍ପର୍କକୁ ଯୋଡିବା ନିମନ୍ତେ ସକାରାତ୍ମକ ପଦକ୍ଷେପ ନେବାରେ ସଫଳ ହୋଇଥିଲୁ । ଆଜି ଆମ ଗାଁର ଚେହେରା ପୁଣି ଥରେ ବଦଳି ଯାଇଛି । ଆଗ ପରି ଯିବାଆସିବା ବସାଉଠା ଦିଆନିଆ ଚାଲିଛି । ଦଲାଲମାନଙ୍କ ଚାପରେ ଯେଉଁସବୁ ନିୟମ ତିଆରି ହୋଇଛଥିଲା ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ନିମନ୍ତେ ତାହା ଆଜି କୋହଳ ହୋଇଯାଇଛି । ଆଗପରି ବିବାହ, ମରଣ ଇତ୍ୟାଦି ସାମାଜିକ କାର୍ଯ୍ୟରେ ସମସ୍ତେ ସହଯୋଗ ଓ ଯୋଗଦାନ କରୁଛନ୍ତି । ପୂର୍ବପରି ପର୍ବପର୍ବାଣିରେ ଘରକୁ ଆସି ବକସିସ ମାଗି ଯାଆନ୍ତି । ବସଷ୍ଟାଣ୍ଡରେ ଥିବା ଶିବୁର ଚା କ୍ୟାବିନରେ ପୁଣି ଥରେ ଭିଡ ଜମିଲାଣି । ଛୁଟିରେ ବଣ୍ଟି ଭାଇ ଆସିଲେ ସକାଳ ପାଉପାଉ ଦୌଡ଼ନ୍ତି ଶିବୁ ଚା ଦୋକାନକୁ । ଚା ପିଇବା ଏକ ବାହାନା ମାତ୍ର କିନ୍ତୁ ପୁଣିଥରେ ପିଲାଦିନ ସାଙ୍ଗମାନକୁ ଦେଖି ମନ ପୂରିଯାଏ । କାହାକୁ ବିଡି କାହାକୁ ପାନ କାହାକୁ ଚା କିଣି ଦେଇ ମଜା ନିଅନ୍ତି । ଜେଜେ ଆଉ କାକାମାନେ ମଦ ପିଇବାକୁ ପଇସା ମାଗିଲେ ପକେଟରେ ହାତ ପୂରେଇ ପଚାଶ ଶହେ ନୋଟ ହସି ହସି ବଢେଇ ଦେଇ କୁହନ୍ତି ଜଳଖିଆ ଖାଇବାକୁ ପଇସା ଦେବି ମଦ ପାଇଁ ନୁହେଁ । ସନ୍ଧ୍ୟାରେ ଭଲିବଲ ଖେଳର ଢୋଢା ଶବ୍ଦ ପୁଣିଥରେ ଶୁଣିବାକୁ ମିଳିଛି । ଝିଅର ଆକସ୍ମିକ ମୃତ୍ୟୁ ପରେ ହତାଶ ନିରାଶ ହୋଇଥିଲେ ମଧ୍ୟ ପରିବାର ଆଜି ଅନ୍ୟ ଝିଅମାନଙ୍କୁ ସାହାଯ୍ୟ କରୁଛି ।  ଝିଅର ହସ ଅନ୍ୟ ଝିଅ ମାନଙ୍କ ମୁହଁରେ ଖୋଜୁଛି । ସମାଜ ସେବାକୁ ଜୀବନର ଏକ ମୁଖ୍ୟ ଅଧ୍ୟାୟ କରି ମାଡି ଚାଲିଛି । ଏକ ସୁରକ୍ଷିତ ସମାଜ ଗଢ଼ିବା ଉଦ୍ଦେଶ୍ୟରେ । ଯେଉଁଠି ମହିଳାମାନେ ସୁରକ୍ଷିତ ଅନୁଭବ କରିବେ । ଝିଅମାନଙ୍କ ନିମନ୍ତେ କୌଣସି ପତିବନ୍ଧକ ନଥିବ । ସମସ୍ତେ ସମାନ ଅଧୀକାର ପାଇ ଜୀବନକୁ ଉପଭୋଗ କରିବା ସହିତ ଦେଶ ଉନ୍ନତିରେ ଏକ ବଳିଷ୍ଠ ଭୂମିକା ଗ୍ରହଣ କରିବେ । ଯାହାକି ଆଜି ମୋ ପାଇଁ ଓ ଆପଣଙ୍କ ପାଇଁ ସମ୍ଭବପର ହୋଇପାରିଛି । ପ୍ରଶଂସାର ହକଦାର କେବଳ ସେଇ “ଭଙ୍ଗା ଇଟା ଚୁଲିର ଭାତ” ।

(Susmita Pradhan is a Social Activist based in Kandhamal, Odisha.)

Indigenous Voice

Comments

Leave a Reply

Your email address will not be published. Required fields are marked *