https://www.artlexing.com/ scam sites xnxx bokep indo bokep jepang child sex
ଓଡ଼ିଶାରେ ବିକଳ୍ପ ରାଜନୀତି - indigenousvoice.in

indigenousvoice.in

ଓଡ଼ିଶାରେ ବିକଳ୍ପ ରାଜନୀତି

ଓଡ଼ିଶାରେ ବିକଳ୍ପ ରାଜନୀତି

ଓଡିଶାରେ ପରୋକ୍ଷ ଜାତିବାଦ କାର୍ଯ୍ୟକରୁଥିବା ପରି ମନେହୁଏ । ଅଳ୍ପ ସଂଖ୍ୟାଥିବା ଗୋଟିଏ ଦୁଇଟି ଜାତି ଦୀର୍ଘବର୍ଷ ଧରି ସ୍ୱାଧିନତା ପରଠାରୁ ରାଜନୀତିକ କ୍ଷମତାକୁ ନିଜ ହାତମୁଠାରେ ବନ୍ଦକରି ରଖିବା ଓ ସଂଖ୍ୟାଧିକ ଜାତିକୁ ଏହି କ୍ଷମତା ବଳୟ ମଧ୍ୟକୁ ଆସିବାକୁ ନଦେବା ବି ଗୋଟିଏ ପ୍ରକାରର ଜାତିବାଦ ଓ ଜାତିବାଦର ଏହା ଏକ ଭୟଙ୍କର ରୂପ । 

Gopabandhu Mahanta
4th February 2025

ଭାରତବର୍ଷର ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଏପରି ଏକ ରାଜ୍ୟ ଯେଉଁଠାରେ ବିକଳ୍ପ ରାଜନୀତି ସଫଳ ହୋଇପାରିବ ସ୍ୱଳ୍ପ ଉଦ୍ୟମରେ । କାରଣ ଏ ରାଜ୍ୟରେ ସାମାଜିକ ସ୍ଥିତି ଏ ଦିଗରେ ବହୁତ ଅନୁକୁଳ । ଏ ରାଜ୍ୟରେ ଏକ ବିଶାଳ ଗୋଷ୍ଠୀକୁ ରାଜନୀତିକ ଭାବେ ବଞ୍ଚିତ କରା ହୋଇଆସିଛି । ଏମାନେ ରାଜନୀତିକ ଭାବବେ ସଚେତନ ନୁହନ୍ତି । ତେଣୁ ପ୍ରକୃତ କ୍ଷମତାଡୋରି ଏମାନଙ୍କ ହାତରେ ନାହିଁ । ଖୋଲାଖୋଲି କହିଲେ ମୁଷ୍ଟିମେୟ କିଛି ଲୋକଙ୍କ ହାତରେ ସମସ୍ତ କ୍ଷମତା କେନ୍ଦ୍ରୀଭୂତ ହୋଇ ରହିଛି । ଅବଶିଷ୍ଟ ବିଶାଳ ସମୁଦାୟ ରାଜନୀତିକ ଦାସତ୍ୱକୁ ସ୍ୱୀକାର କରିନେଇଛି । ଏମାନଙ୍କୁ ଯଦି ସଚେତନ କରାଯାଏ ଏବଂ ରାଜନୀତିକ ଭାଗିଦାରୀ ସମ୍ବନ୍ଧରେ ବୁଝାଯାଏ, ତେବେ ସହଜରେ ଏକ ଉତ୍କୃଷ୍ଟ ରାଜନୀତିକ ସମ୍ଭାବନା ତିଆରି ହୋଇପାରିବ ।

ସମ୍ବିଧାନସମ୍ମତ ଭାବେ ଭାରତବର୍ଷର ବିଭିନ୍ନ ଜାତିର ବିକାଶର ତାରତମ୍ୟକୁ ଦେଖି ଏମାନଙ୍କୁ ଚାରି ଭାଗରେ ବିଭକ୍ତ କରାଯାଇଛି । ସେଗୁଡିକ ହେଉଛି ଅନୁସୂଚୀତ ଜାତି (SC), ଅନୁସୂଚୀତ ଜନଜାତି (ST), ଅନ୍ୟାନ୍ୟ ପଛୁଆବର୍ଗ (OBC) ଓ ସାଧାରଣ ବର୍ଗ (GC) । ଓଡ଼ିଶାର ରାଜନୀତିକ ଅନଗ୍ରସରତାକୁ ବୁଝିବାକୁ ହେଲେ ଏହି ଚାରି ବର୍ଗର ସଂଖ୍ୟାକୁ ଅନୁଧ୍ୟାନ କରିବାକୁ ପଡିବ । ଓଡ଼ିଶାରେ ଅନୁସୂଚୀତ ଜାତିର ଲୋକମାନଙ୍କ ସଂଖ୍ୟା ପ୍ରାୟ ଶତକଡ଼ା ୧୬ ଭାଗ, ଅନୁସୂଚୀତ ଜନଜାତିଙ୍କ ସଂଖ୍ୟା ପାଖାପାଖି ଶତକଡା ୨୩ ଭାଗ । କୁହାଯାଉଛି ଏବେ ଏମାନଙ୍କ ସଂଖ୍ୟା ଆହୁରି ବଢିଛି । ଏ ରାଜ୍ୟରେ ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ସଂଖ୍ୟାର ସଠିକ୍ ଆକଳନ ଏଯାଏଁ ଉପଲବ୍ଧ ନୁହେଁ । ଅନେକଙ୍କ ମତ ଯେ ଏମାନଙ୍କ ସଂଖ୍ୟା ଶତକଡ଼ା ୫୫ ଭାଗ ହେବ । ଏମାନଙ୍କ ଯୁକ୍ତି ଯେ ୧୯୩୧ ପରେ ଜାତିଭିତ୍ତିକ ଜନଗଣନା ହୋଇନାହିଁ । ସେହି ଜନଗଣନାରେ ଭାରତବର୍ଷର ଓବିସିମାନଙ୍କ ସଂଖ୍ୟା ଶତକଡ଼ା ୫୨ ଭାଗ ଥିଲା । ଓଡ଼ିଶାରେ ଏହି ହାର ଟିକିଏ ଅଧିକା । ଏହାପରେ ଦୀର୍ଘବର୍ଷ ବିତିଯାଇଛି । ଏବେ ଏହାକୁ ଅନୁଧ୍ୟାନ କଲେ ଜଣାଯାଏ ଯେ ରାଜ୍ୟ ତଥା ଦେଶରେ ଏମାନଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି । ରାଜ୍ୟରେ କେବଳ ଏସଟି ଓ ଏସସିଙ୍କ ସଂଖ୍ୟା ଶତକଡା ୩୯ ଭାଗ ହୋଇଯିବ । ପୁଣି ଏମାନଙ୍କ ସହିତ ସଂଖ୍ୟାଲଘୁମାନଙ୍କୁ ସାମିଲ କଲେ ଏ ସଂଖ୍ୟା ଆହୁରି ବଢିଯିବ । ରାଜ୍ୟରେ ଏ ବିଶାଳ ଜନ ସମୁଦାୟ ରାଜନୀତିକ ଭବେ ସଚେତନ ଥିବା ପରି ମନେହୁଏ ନାହିଁ । ନିଜର ଗଣତାନ୍ତ୍ରିକ ଅଧିକାର ସମ୍ବନ୍ଧରେ ହୃଦବୋଧ କରିଥିବା ପରି ଜଣାପଡେନାହିଁ ।

ଗଣତନ୍ତ୍ର କହିଲେ ସଂଖ୍ୟାଧିକର ଶାସନକୁ ବୁଝାଏ ଏହା ସହିତ ସମାନ ଭାଗିଦାରୀକୁ ଜାହିର କରିବାକୁ ମଧ୍ୟ ବୁଝାଏ । ସମ୍ବିଧାନ ଯେହେତୁ ବିଭିନ୍ନ ବର୍ଗଙ୍କୁ ସ୍ୱୀକୃତି ଦେଇଛି, ତେଣୁ ପ୍ରତ୍ୟେକ ବର୍ଗ ନିଜର ସଂଖ୍ୟାନୁପାତିକ ଭାଗିଦାରୀ ହାସଲ କରିବା ହିଁ ଗଣତନ୍ତ୍ର । ଏସଟି ଓ ଏସସିମାନେ ନିଜର ସଂଖ୍ୟାନୁପାତିକ ଲୋକପ୍ରତିନିଧି ପାଉଛନ୍ତି ସତ୍ୟ କିନ୍ତୁ ଏମାନେ ସ୍ୱାଧିନ ଭାବେ କ୍ଷମତା ଉପଭୋଗ କରନ୍ତି ନାହିଁ । ସେବକ ହୋଇ ରହିଯାଆନ୍ତି । ଆଜ୍ଞାବହ ଭାବେ କାମ କରିଯାଆନ୍ତି । ଏମାନେ ଯଦି ନିଜର ସଂଖ୍ୟାକୁ ବୁଝି ଥାଆନ୍ତେ ତେବେ ଶାସନର ଡୋରି ଏମାନଙ୍କ ହାତରେ ଥାଆନ୍ତା । ଓଡ଼ିଶାରେ ଆଜି ପର୍ଯ୍ୟନ୍ତ କେହି ଜଣେ ହେଲେ ଏସ.ସି. ବର୍ଗରୁ ମୁଖ୍ୟମନ୍ତ୍ରୀ ହୋଇ ନାହାନ୍ତି । ସେହିପରି ଅନୁସୂଚୀତ ଜନଜାତିରୁ ମଧ୍ୟ କେହି ପୂର୍ଣ୍ଣକାଳୀନ ମୁଖ୍ୟମନ୍ତ୍ରୀ ହୋଇ ନାହାନ୍ତି । ଏହି ବର୍ଗରୁ ଶ୍ରୀଯୁକ୍ତ ହେମାନନ୍ଦ ବିଶ୍ୱାଳ ଓ ଶ୍ରୀଯୁକ୍ତ ଗିରୀଧର ଗମାଙ୍ଗ ସ୍ୱଳ୍ପ ସମୟ ପାଇଁ ଏହି ଆସନରେ ବସିଥିଲେ । ତାଙ୍କୁ ନାମକୁ ମାତ୍ର ବସା ଯାଇଥିଲା । ଦେଖିବାକୁ ଗଲେ ଉଭୟ ଅନୁସୂଚୀତ ଜାତି ଓ ଜନଜାତିଙ୍କ ମଧ୍ୟରେ ରାଜନୀତିକ ଜାଗୃତି ଆସିନାହିଁ । ରାଜନୀତିରେ ଏମାନେ ନିଜର ବିକଳ୍ପ ସ୍ଥିତିକୁ ଏଯାଏଁ ଜାହିର କରିପାରି ନାହାନ୍ତି । ତଦନୁଯାୟୀ ଅନ୍ୟାନ୍ୟ ପଛୁଆ ବର୍ଗ ବା ଓବିସିମାନେ ଓଡ଼ିଶାରେ ମଧ୍ୟ ନିଜର ରାଜନୀତିକ ସ୍ଥିତିକୁ ନେଇ ସଚେତନ ନୁହଁନ୍ତି  । ୧୯୩୧ ମସିହାର ଜନଗଣନା ଅନୁସାରେ ଏମାନଙ୍କ ସଂଖ୍ୟା ଶତକଡ଼ା ୫୦ ଭାଗରୁ ଅଧିକ । ଅର୍ଥାତ୍ ସମୁଦାୟ ଜନସଂଖ୍ୟାର ଅର୍ଦ୍ଧେକରୁ ଅଧିକ । ଏ ବିଶାଳ ଜନସମୁଦାୟ ମଧ୍ୟରୁ  କେହି ଜଣେ ହେଲେ ଏଯାଏଁ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ହୋଇ ନାହାନ୍ତି । ଏହାର ଅର୍ଥ ଏମାନଙ୍କ ନିକଟରେ ରାଜନୀତିକ ସଚେତନତାର ଅଭାବ । ଏମାନେ ନିଜ ଶକ୍ତିକୁ ଏଯାଏଁ ଜାଣି ନାହାନ୍ତି । ଏମାନେ ଏକତ୍ରିତ ହେଲେ ରାଜନୀତିକ ଚିତ୍ରପଟକୁ ତତ୍‌କ୍ଷଣାତ ବଦଳାଇ ଦେଇପାରିବେ, ଯାହା ସେମାନେ ଏଯାଏଁ ବୁଝିନାହାନ୍ତି । ବିଭିନ୍ନ ରାଜନୀତିକ ଦଳ ପଛରେ ଗୋଡାଇ ଗୋଡାଇ ନିଜକୁ ଏକ ଗୋଡାଣିଆଗୋଷ୍ଠୀରେ ପରିଣତ କରିଛନ୍ତି । ଏମାନଙ୍କ ଏକତା ଓ ରାଜନୀତିକ ସଚେତନତା ଓଡ଼ିଶା ରାଜନୀତିରେ ବିକଳ୍ପର ସମ୍ଭାବନାକୁ ନିଶ୍ଚିତ କରିଦେବ । ରାଜ୍ୟରେ ସଂଖ୍ୟାଲଘୁମାନଙ୍କ ସଂଖ୍ୟା କମ ହେଲେ ବି ବିକଳ୍ପ ରାଜନୀତିର ପ୍ରତିଷ୍ଠା ଦିଗରେ ଏମାନଙ୍କ ଯୋଗଦାନକୁ ଅଣଦେଖା କରାଯାଇ ପାରିବନାହିଁ ।

ରାଜ୍ୟର ଏକ ବିଶାଳ ଜନସମୁଦାୟ ନିଜର ସ୍ୱତନ୍ତ୍ର ରାଜନୀତିକ ସ୍ଥିତି ସ୍ଥାପନ କରିବା ପାଇଁ ଗଣତାନ୍ତ୍ରିକ ପଦ୍ଧତିରେ କେଉଁଠାରେ ନା କେଉଁଠାରେ କିଛି ବିଡମ୍ବନା ରହିଛି । ଲୋକମାନେ ଭୋଟ ତ ଦେଉଛନ୍ତି, କିନ୍ତୁ ଏହା ମୂଲ୍ୟଭିତ୍ତିକ ଭୋଟଦାନ ହେଉଛି ବୋଲି କୁହାଯାଇ ପାରିବନାହିଁ । ଏମାନେ ଅର୍ଥବଳ, ବାହୁବଳ ଓ ପ୍ରରୋଚନାର ଶିକାର ହୋଇ ଭୋଟଦେଇ ଚାଲିଛନ୍ତି । ଏହା ଧରିନେବାକୁ ହେବ ଯେ ସମ୍ବିଧାନ ସ୍ୱୀକୃତ ଉଲ୍ଲିଖିତ ଗୋଷ୍ଠୀମାନଙ୍କର ବିକାଶ, ଜାଗୃତି ଓ ସଶକ୍ତିକରଣ ପାଇଁ ଏମାନେ ଏଯାଏଁ ଦୂରେଇ ରଖାଯାଇଛି । ଏଠାରେ ପରୋକ୍ଷ ଜାତିବାଦ କାର୍ଯ୍ୟକରୁଥିବା ପରି ମନେହୁଏ । ଅଳ୍ପ ସଂଖ୍ୟାଥିବା ଗୋଟିଏ ଦୁଇଟି ଜାତି ଦୀର୍ଘବର୍ଷ ଧରି ସ୍ୱାଧିନତା ପରଠାରୁ ରାଜନୀତିକ କ୍ଷମତାକୁ ନିଜ ହାତମୁଠାରେ ବନ୍ଦକରି ରଖିବା ଓ ସଂଖ୍ୟାଧିକ ଜାତିକୁ ଏହି କ୍ଷମତା ବଳୟ ମଧ୍ୟକୁ ଆସିବାକୁ ନଦେବା ବି ଗୋଟିଏ ପ୍ରକାରର ଜାତିବାଦ ଓ ଜାତିବାଦର ଏହା ଏକ ଭୟଙ୍କର ରୂପ ।  ଭୋଟ ମାଧ୍ୟମରେ ସରକାର ଗଠନ ହେବା ଓ ସମସ୍ତେ ସମାନଭାବେ ଗଣତନ୍ତ୍ରକୁ ବୁଝି ସଶକ୍ତ ହେବା ପରସ୍ପରଠାରୁ ପୃଥକ । ଲୋକମାନଙ୍କୁ ପ୍ରଲୋଭିତ କରି, ମିଥ୍ୟା ପ୍ରତିଶୃତି ମାଧ୍ୟମରେ ଆଶା ସଂଚାର କରି ଅଥବା ପରୋକ୍ଷ ଜାତିବାଦର ଜଣେ ସାଧାରଣ ବ୍ୟକ୍ତିକୁ ପ୍ରବାଦ ପୁରୁଷ ଭାବେ ଉପସ୍ଥାପନ କରି କିମ୍ବା ମଦ-ମାଂସ-ଟଙ୍କାର ପ୍ରଭାବରେ ନିର୍ବାଚନ ଜିତିବା ଗଣତନ୍ତ୍ର ରୂପେ ପ୍ରତୀୟମାନ ହୋଇପାରେ, କିନ୍ତୁ ଏହା ପ୍ରକୃତ ଗଣତନ୍ତ୍ର ନୁହେଁ ।

ସେହିଦିନ ପ୍ରକୃତ ଗଣତନ୍ତ୍ର ପ୍ରତିଷ୍ଠା ହେବ ଯେଉଁଦିନ ନିଜ ଓ ନିଜ ଅନୁନ୍ନତ ବର୍ଗର ବିକାଶ ପାଇଁ ଏମାନେ ଭୋଟ ଦେବେ । ସମତାଭିତ୍ତିକ ସମାଜ ଗଠନ ପାଇଁ ସମ୍ବିଧାନରେ ଅର୍ନ୍ତନିହିତ ପ୍ରେରଣା ରହିଛି । ସେଇଥିପାଇଁ ଭାରତୀୟ ଜାତିସମୂହର ସମ୍ବିଧାନ ସମ୍ମତ ବର୍ଗୀକରଣ କାରଯାଇଛି । ବିଭିନ୍ନ ବର୍ଗର ବିକାଶକୁ ବିଷୟ ଗ୍ରହଣ କରି ରାଜନୀତି କରିବା ସମ୍ବିଧାନ ବିରୋଧି କାର୍ଯ୍ୟ ନୁହେଁ । ଗୋଟିଏ ନିର୍ଦ୍ଦିଷ୍ଟ ଜାତିର କଥାକୁ ନେଇ ରାଜନୀତି କଲେ ତାହା ନିର୍ବାଚନ ଆଚରଣ ବିଧିର ଉଲ୍ଲଘଂନ ହୋଇପାରେ, କିନ୍ତୁ ବର୍ଗର ବିକାଶ ପାଇଁ ରାଜନୀତି କଲେ ତାହା ଏହାର ଉଲ୍ଲଘଂନ ହେବ ନାହିଁ । କାରଣ ଏ ବର୍ଗଗୁଡିକୁ ସମ୍ବିଧାନ ସ୍ୱୀକୃତି ଦେଇଛି । ତେଣୁ ଏହି ବର୍ଗଗୁଡ଼ିକ ସମଷ୍ଟିଗତ ଭାବେ ନିଜର ସର୍ବାଙ୍ଗୀନ ବିକାଶ ପାଇଁ ରାଜନୀତିକୁ ଓହ୍ଲାଇଲେ ଓଡ଼ିଶାରେ ଏକ ଶକ୍ତିଶାଳୀ ରାଜନୀତିକ ଗୋଷ୍ଠୀ ଭାବେ ଉଭାହେବ । ଏହି ବର୍ଗଗୁଡିକ ଯଥା ଏସଟି, ଏସସି ଓ ପଛୁଆବର୍ଗମାନେ ନିଜର ବିକାଶ ଓ ସମସ୍ତ କ୍ଷେତ୍ରରେ ସମାନ ଭାଗିଦାରୀର ରାଜନୀତିକ ସଚେତନତା ସହିତ ମୈଦାନକୁ ଓହ୍ଲାଇଲେ ଓଡ଼ିଶାର ରାଜନୀତିକ ସମ୍ଭାବନାକୁ ସମ୍ପୂର୍ଣ୍ଣରୂପେ ଏକ ନୂତନ ଦିଗ ଦେଇପାରିବେ ।

ଭାରତବର୍ଷରେ ତଥା ଓଡ଼ିଶାରେ ଏହି ବର୍ଗ ଜାତି ବ୍ୟବସ୍ଥାର ନିର୍ମାଣ କରିନାହାନ୍ତି । ଏହାକୁ ନେଇ ସମାଜରେ ଗଢିଉଠିଥିବା ଅସମାନତା ପାଇଁ ମଧ୍ୟ ଏମାନେ ଦାୟୀ ନୁହନ୍ତି । ଏହି ସମାନତା ରାଜନୀତିକ, ଆର୍ଥିକ, ଓ ସାମାଜିକ ସମାନ ଭାବରେ ବିସ୍ତାରିତ । ଆଜିର ଦିନରେ ଏହାକୁ ଭାଙ୍ଗି ସମତାଭିତ୍ତିକ ସମାଜ ଗଠନ କରିବା ଏହି ବର୍ଗଙ୍କ ସର୍ବପ୍ରଥମ କର୍ତ୍ତବ୍ୟ । ଏହି ବର୍ଗ ଦୀର୍ଘଦିନ ଧରି ଅସମାନତା ତଥା ଜାତିବ୍ୟବସ୍ଥାରେ ଶୋଷଣର ଶିକାର ହୋଇଆସୁଛନ୍ତି । ତେଣୁ ସଙ୍ଗଠିତ ଭାବେ ଏହାକୁ ପ୍ରତିହତ କରିବା ପାଇଁ ପ୍ରଚେଷ୍ଟା କରିବା ପାଇଁ ଏମାନେ ଆବଶ୍ୟକ । ଏ ପ୍ରକାର ପ୍ରଚେଷ୍ଟା ପ୍ରଗତିଶୀଳ ରାଜନୀତିକ ବ୍ୟବସ୍ଥାର ରୂପରେଖକୁ ସାମନାକୁ ଆଣିବ । ଆଜି ପର୍ଯ୍ୟନ୍ତ ରାଜ୍ୟରେ ଯେଉଁ ରାଜନୀତିକ ବ୍ୟବସ୍ଥା କାଏମ ରହିଛି ତାହା ପରୋକ୍ଷ ଜାତିବାଦକୁ ପ୍ରସାରିତ କରିଛି । ସ୍ପଷ୍ଟଭାବେ କହିବାକୁ ଗଲେ ଗୋଟିଏ ଦୁଇଟି ଜାତି ରାଜନୀତିକ କ୍ଷମତାକୁ ନିଜ ମଧ୍ୟରେ ନିୟନ୍ତ୍ରିତ କରି ରଖିଛନ୍ତି । ଅନ୍ୟମାନଙ୍କ ଭାଗିଦାରୀକୁ, ଅଧିକାରକୁ ଉପେକ୍ଷା କରୁଛନ୍ତି । ଯେଉଁଦିନ ସମସ୍ତ ବର୍ଗ ସମାନ ରାଜନୀତିକ କ୍ଷମତାର ଅଧିକାରୀ ହେବେ ସେଦିନ ପ୍ରକୃତ ଗଣତନ୍ତ୍ର ସ୍ଥାପିତ ହେବ । କାରଣ, କେବଳ ଭୋଟଦେଇ ନିଜ ପ୍ରତିନିଧି ବିଛିବା ସୁସ୍ଥ ଓ ଦୃଢ ଗଣତନ୍ତ୍ର ନୁହେଁ । ସମସ୍ତେ ସମାନ କ୍ଷମତାର ଅଧିକାରୀ ହେବା ହିଁ ସୁସ୍ଥ ଓ ପ୍ରଗତିଶୀଳ ଗଣତନ୍ତ୍ର ଅଟେ ।

ଏ ଦିଗରେ ଗଣତାନ୍ତ୍ରିକ ଚେତନାର ବିକାଶ ଅତ୍ୟନ୍ତ ଜରୁରୀ । ଏ ଚେତନାର ବିକାଶ ପାଇଁ ପ୍ରତ୍ୟେକ ବର୍ଗ ଓ ଏ ବର୍ଗର ପ୍ରତ୍ୟେକ ବ୍ୟକ୍ତିର ନୈତିକ କର୍ତ୍ତବ୍ୟ । ଏଥିପାଇଁ ଆମକୁ ସାଙ୍ଗଠନିକ ଭାବରେ ଏକତ୍ରିତ ହେବାକୁ ହେବ । ହଜାର ହଜାର ବର୍ଷଧରି ଚାଲିଆସିଥିବା ବର୍ଣ୍ଣବାଦୀ ଚିନ୍ତାକୁ ପରିହାର କରି ସମତାଭିତ୍ତିକ ଚିନ୍ତାରେ ନିଜକୁ ଉଦଭାସିତ କରିବାର ବେଳ ଆସିଛି । ପାରମ୍ପରିକ ଚିନ୍ତା ବଦଳରେ ଏହାର ବିକଳ୍ପ ଚିନ୍ତା କରିବାକୁ ପଡିବ । ଏହି ବିକଳ୍ପ ଚିନ୍ତା ହିଁ ବିକଳ୍ପ ରାଜନୀତିର ନିଅଁକୁ ମଜବୁତ କରିବ । ସମ୍ବିଧାନିକ ଭାବେ ଏସଟି, ଏସସି ଓ ଓବିସିମାନେ ବିକଳ୍ପ ରାଜନୀତି କଥା ଚିନ୍ତା କଲେ ଆଗାମୀ ପିଢ଼ି ପାଇଁ ଏକ ଉନ୍ନତ ସମତାଭିତ୍ତିକ ସମାଜ ପ୍ରତିଷ୍ଠାର ମାର୍ଗ ଉନ୍ମୁକ୍ତ ହେବ । ବିଳମ୍ବ ହେଲେ ବି ଏ ଦିଗରେ ପ୍ରୟାସ ଜରୁରୀ ।

 ଓଡ଼ିଶାରେ ରାଜନୀତିକ ବିକଳ୍ପ ସୃଷ୍ଟି ପାଇଁ ଉଦ୍ୟମ ହୋଇଛି କିନ୍ତୁ ଏହା ସଫଳ ହୋଇପାରି ନାହିଁ । ଏହାର ଏକମାତ୍ର କାରଣ ହେଉଛି ଏହି ବର୍ଗମାନଙ୍କ ମଧ୍ୟରେ ସଚେତନତାର ଅଭାବ । ଅତୀତରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଭଜମନ ବେହେରା ଏ ଦିଗରେ ଉଦ୍ୟମ କରିଥିଲେ । ସେ ସମୟରେ ମୁଁ ତାଙ୍କର ଦୃଢ ସମର୍ଥକ ଥିଲି । ଏବେ ମଧ୍ୟ ସେ ଜଣେ ପ୍ରଶଂସନୀୟ ବ୍ୟକ୍ତିତ୍ୱ । ଏବେ ବି ସେ ତାଙ୍କର ଉଦ୍ୟମ ଜାରି ରଖିଛନ୍ତି । ସବୁଠାରୁ ବଡ ସମସ୍ୟା ହେଉଛି ଏସ.ସି., ଏସ.ଟି. ଓ ପଛୁଆ ବର୍ଗମାନେ ଏକ ମିଳିତ ମଞ୍ଚ ମାଧ୍ୟମରେ ଏ ପ୍ରକାର ପ୍ରୟାସ ଏଯାଏଁ କରିନାହାନ୍ତି । ସମସ୍ତ ଗୋଷ୍ଠୀ ପୃଥକ ପୃଥକ ଭାବେ ସଙ୍ଗଠିତ ହେଉଛନ୍ତି । ଏପରିକି ପୃଥକ ରାଜନୀତିକ ମଞ୍ଚ ପାଇଁ ଉଦ୍ୟମ କରୁଛନ୍ତି । ଏହା ସହିତ ଏମାନଙ୍କ ଭିତରେ ଆଦର୍ଶଗତ ବୁଝାମଣା ନାହିଁ । ଏପରିକି ବିଭିନ୍ନ ଗୋଷ୍ଠୀମାନଙ୍କ ମଧ୍ୟରେ ବୁଝାମଣାର ଅଭାବ ରହିଛି । ଅନୁସୂଚୀତ ଜାତି ଓ ଜନଜାତିଙ୍କମଧ୍ୟରେ ସେଇ ଅଭାବ  ଦେଖିବାକୁ ମିଳେ । ଅର୍ଥାତ ଏସ.ସି. ସମାଜ ସମ୍ପୂର୍ଣ୍ଣଭାବେ ଏକ ନୁହନ୍ତି । ସମଗ୍ର ଅନୁସୂଚିତ ଜାତି ତଥା ଆଦିବାସୀ ସମାଜକୁ ଆଗକୁ ନେବା ପାଇଁ ଓ ଏମାନଙ୍କୁ ନେଇ ରାଜ୍ୟରେ ରାଜନୀତିକ ଶକ୍ତିର ସଂସ୍ଥାପନ ପାଇଁ ଆଦୌ ଉଦ୍ୟମ ନାହିଁ । ସଂରକ୍ଷଣ ସୁବିଧା ପାଇ ନିଜେ କେତେ ଆଗକୁ ଯାଇହେବ ତାହାରି ଉପରେ ଗୁରୁତ୍ୱ ଦେଇଛନ୍ତି । ଫଳରେ ଅନ୍ୟ ଆଦିବାସୀ ବର୍ଗ ବହୁ ପଛରେ ରହି ଯାଇଛନ୍ତି । ସମଗ୍ର ଆଦିବାସୀ ସମାଜ ଏକ ହୋଇ ରାଜନୀତିକ ବିକଳ୍ପ କଥା ଚିନ୍ତା କଲେ ଏହା ସମ୍ଭବପର ହେବ । କାରଣ ଏମାନଙ୍କ ସଂଖ୍ୟା ରାଜ୍ୟରେ ଶତକଡା ୨୩ ଭାଗ । ଉତ୍ତର ପ୍ରଦେଶ ବି.ଏସ.ପି. ଯଦି ୨୦% ଏସ.ସି. ଭୋଟକୁ ନେଇ ଏକ ବିକଳ୍ପ ରାଜନୀତିକ ଶକ୍ତି ଭାବେ ଉଭା ହୋଇପାରିଛି ତେବେ ଏସ.ଟି.ମାନେ ଓଡ଼ିଶାର ଏହା କରିପାରିବେ ନାହିଁ କାହିଁକି ? କେବଳ ଏସ.ସି.ମାନେ ଯେତେ ସଙ୍ଗଠିତ ହେଲେ ବି ରାଜନୀତିକ ବିକଳ୍ପ ହୋଇପାରିବେ ନାହିଁ । କାରଣ ଏମାନଙ୍କ ସଂଖ୍ୟା ରାଜ୍ୟରେ ପାଖାପାଖି ୧୬ ଭାଗ । ଏ ସଂଖ୍ୟା ବିକଳ୍ପ ରାଜନୀତି ପାଇଁ ଏତେ ସହାୟକ ହେବ ନାହିଁ । ତେଣୁ ଏମାନଙ୍କୁ ଏସଟି ମାନଙ୍କ ସହିତ ଯିବାକୁ ପଡିବ । ଏ ଉଭୟ ଗୋଷ୍ଠୀ ମିଶିଗଲେ ସଂଖ୍ୟା ଶତକଡ଼ା ୩୯ ଭାଗରେ ପହଞ୍ଚିବ । ଏ ସଂଖ୍ୟା ବହୁତ ପ୍ରଭାବଶାଳୀ ହେବ । ତେଣୁ ପ୍ରଶ୍ନ ହେଉଛି ଏହି ଦୁଇ ଗୋଷ୍ଠୀକୁ ଏକତ୍ରିତ କରାଯିବ କିପରି । ଏମାନେ ଯଦି ଆଦର୍ଶଗତ ଭାବେ ଏକ ହୋଇ ଯିବେ ତେବେ ଏହା ସମ୍ଭବପର । ଏ ଦିଗରେ ପ୍ରୟାସ ହେବା ଅତ୍ୟନ୍ତ ଜରୁରୀ ।

ସମାନ ଭାବରେ, ଓବିସି ବା ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ମଧ୍ୟରେ ରାଜନୀତିକ ସଚେତନତା ଥିବାପରି ମନେହୁଏ ନାହିଁ । ଏମାନଙ୍କ ସଂଖ୍ୟା ଯାହା ତାହାକୁ ନେଇ ନିଜେ ଓଡ଼ିଶାରେ ବିକଳ୍ପ ରାଜନୀତିର ପ୍ରାରମ୍ଭ କରି ପାରିବେ । ଅର୍ଦ୍ଧେକରୁ ଅଧିକ ଏମାନେ । ହେଲେ କାଣିଚାଏ ବି ରାଜନୀତିକ କ୍ଷମତା ଏମାନଙ୍କ ପାଖରେ ନାହିଁ । ଅନ୍ୟାନ୍ୟ ରାଜ୍ୟରେ ଓବିସି ବର୍ଗ ସଙ୍ଗଠିତ ହୋଇ ରାଜ୍ୟର ରାଜନୀତିକ ଡୋରକୁ ନିଜ ନିୟନ୍ତ୍ରଣରେ ରଖିଛନ୍ତି । ତାମିଲନାଡ଼ୁର ଡି.ଏମ.କେ., ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି, ବିହାରରେ ଆର.ଜେ.ଡି.,  ଜେ.ଡି(ୟୁ), କର୍ଣ୍ଣାଟକରେ ଜେ.ଭି.(ଏସ) ପ୍ରଭୃତି । ଓଡ଼ିଶାରେ ଓବିସିମାନେ ରାଜନୀତିକ ବିକଳ୍ପ ତିଆରି କରିବାକୁ ହେଲେ ଆଦର୍ଶଗତ ଭାବେ ଏମାନଙ୍କୁ ମଜଭୁତ ହେବାକୁ ପଡିବ ଏବଂ ରାଜନୀତିକ ସଚେତନତା ସୃଷ୍ଟିକରି ସମସ୍ତଙ୍କୁ ଏକମତ ହେବାକୁ ଏମାନଙ୍କୁ ଏକଜୁଟ କରିବାରେ ସହାୟକ ହେବ । ଯେତେଦିନ ପର୍ଯ୍ୟନ୍ତ ଏମାନେ ମନୁବାଦକୁ ଆଦର୍ଶରୁପେ ଗ୍ରହଣ କରି ଚାଲିଥିବେ ସେତେଦିନ ଯାଏ ଏମାନେ ରାଜନୈତିକ ବିକଳ୍ପ ଭାବେ ଉଭା ହୋଇପାରିବେ ନାହିଁ । କାରଣ ମନୁବାଦ ଅନୁଯାୟୀ ଏମାନେ ଅଳ୍ପ କେତୋଟି ତଥାକଥିତ ଉଚ୍ଚଜାତିକୁ ଆଦର୍ଶ ଓ ଅନୁକରଣୀୟ ବୋଲି ଭାବିବେ ଏବଂ ନିଜର ରାଜଣୈତିକ କ୍ଷମତାକୁ ସେମାନଙ୍କ ହାତରେ ଟେକିଦେବେ , ଯାହା ଅଦ୍ୟାବଧି ରାଜ୍ୟରେ ହୋଇ ଆସିଛି । ଅବଶ୍ୟ ଏବେ ଓଡ଼ିଶାର ଓବିସିମାନଙ୍କ ମଧ୍ୟରେ ସାଙ୍ଗଠନିକ ପ୍ରକ୍ରିୟା କିଛି ମାତ୍ରାରେ ଆରମ୍ଭ ହୋଇଛି । ତା ସହିତ ରାଜନୀତିକ ସଚେତନତା ବୃଦ୍ଧିର ସଙ୍କେତ ମଧ୍ୟ ମିଳୁଛି । ଦେଖାଯାଉ କେବେ ଏହା ସମ୍ପୂର୍ଣ୍ଣ ଘନୀଭୂତ ହେଉଛି ଓ ବିକଳ୍ପ ରାଜନୀତିର ରୂପ ନେଉଛି ।

ରାଜ୍ୟରେ ସଂଖ୍ୟାଲଘୁମାନଙ୍କ କଥା ବିଚାରକୁ ନେଲେ ସେମାନେ ସଂଗଠିତ ଓ ରାଜନୀତିକ ଭାବେ ପରିପକ୍ୱ । କିନ୍ତୁ ସେମାନଙ୍କ ସଂଖ୍ୟା ଯାହା ତାହାକୁ ନେଇ ବିକଳ୍ପ ରାଜନୀତିକ ସମ୍ଭାବନାକୁ ସାକାର କରିବା ସମ୍ଭବ ନୁହେଁ । ତାଙ୍କୁ ଗୋଟିଏ ଅନୁକୂଳ ବଡ ଗୋଷ୍ଠୀ ସହିତ ରହିବାକୁ ପଡିବ । ବିଭିନ୍ନ ସମୟରେ ଯେଉଁ ରାଜନୀତିକ ଦଳ ଯେତେ ଅଧିକ ଧର୍ମନିରପେକ୍ଷ ବୋଲି ତାଙ୍କୁ ପ୍ରତୀୟମାନ ହୁଏ ତାଙ୍କରି ସହିତ ସେମାନେ ଯାଆନ୍ତି । ଯଦି ଭବିଷ୍ୟତରେ ଏକ ବିକଳ୍ପ ରାଜନୀତିକ ବିକଳ୍ପର ସମ୍ଭାବନା ଦେଖାଦିଏ ତେବେ ତା ସହିତ ଏମାନେ ରହିବା ସ୍ୱାଭାବିକ ।

ତେବେ ଓଡ଼ିଶାରେ ବିକଳ୍ପ ରାଜନୀତିକ ସମ୍ଭାବନା ନିଶ୍ଚିତ ହୋଇଯିବ, ଯଦି ଏହି ଚାରି ଗୋଷ୍ଠୀ ମିଶି ଯାଆନ୍ତି, ଅର୍ଥାତ ଏସ.ଟି., ଏସ.ସି., ଓ.ବି.ସି. ଓ ସଂଖ୍ୟାଲଘୁଙ୍କ ସାମଗ୍ରିକ ଉଦ୍ୟମଦ୍ୱାରା ଏହି ବର୍ଗମାନଙ୍କ ମଧ୍ୟରେ ଭାଇଚାରା ଭାବନାର ଜାଗ୍ରତ ହେବା ଅତ୍ୟନ୍ତ ଜରୁରୀ । ସାମ୍ବିଧାନିକ ଭାବେ ଏମାନେ ସିନା ଏହି ଚାରି ଗୋଷ୍ଠୀରେ ବିଭକ୍ତ କିନ୍ତୁ ଏମାନଙ୍କ ସାଧାରଣ ଚରିତ୍ର ହେଉଛି ଏମାନେ ଭାରତବର୍ଷର ମୂଳ ବାସିନ୍ଦା । ଚକ୍ରାନ୍ତ କରି ଏମାନଙ୍କୁ ବହୁ ଭାଗରେ ବିଭକ୍ତ କରାଯାଇଛି । ଏହି ବିଭାଜନର ମୂଳରେ ରହିଛି ମନୁବାଦ । ଏମାନେ ଯଦି ସଂଗଠିତ ଭାବେ ମନୁବାଦକୁ ପ୍ରତ୍ୟାକ୍ଷାନ କରନ୍ତି ଓ ଏକ ସମତା ଭିତ୍ତିକ ପ୍ରଗତିଶୀଳ ସମାଜର ପ୍ରାପ୍ତି ପାଇଁ ରାଜନୀତିକ ପଦକ୍ଷେପ ନେବେ ତେବେ ଏକ ସଫଳ ସମୀକରଣ ତିଆରି ହୋଇପାରିବ । ଏ ଲକ୍ଷ୍ୟ ହାସଲ ପାଇଁ ଆହୁରି ଅନେକ କାର୍ଯ୍ୟ କରିବାକୁ ପଡ଼ିବ । ଅତୀତରେ ବ୍ୟକ୍ତି କଳହ ଓ ଗୋଷ୍ଠୀ କନ୍ଦଳ ଏପ୍ରକାର ପ୍ରୟାସକୁ ଭଣ୍ଡୁର କରିଦେଇଥିଲା । ଗୋଟିଏ ପତ୍ରିକାରେ ମୁଁ ଶ୍ରୀ ଭଜମନ ବାବାଙ୍କୁ ଓଡ଼ିଶାର ଆମ୍ବେଦକର ବୋଲି ଲେଖିଦେଇଥିଲି । ଏହାକୁ ନେଇ ଭୀଷଣ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା ସେ ବୟୋଜେଷ୍ଠ ଥିଲେ ଓ ଓଡ଼ିଶାରେ ଆମ୍ବଦକରବାଦର ପ୍ରସାର ପାଇଁ ପ୍ରଥମେ ପ୍ରଚେଷ୍ଟା କରିଥିଲେ । ତଥାପି ତାଙ୍କ ଶିଷ୍ୟମାନେ ଏହା ସହ୍ୟ କରିପାରିଲେ ନାହିଁ । ଆଜି ସେ ଜୀବନର ଶେଷ ପର୍ଯ୍ୟାୟରେ । କ୍ଷମତା ଲୋଭ ଆଉ ନାହିଁ, କିନ୍ତୁ ଏବେ ବି ଚାହାଁନ୍ତି ଓଡ଼ିଶାରେ ବିକଳ୍ପ ରାଜନୀତିର ଶୁଭାରମ୍ଭ ହେଉ । ଅସହିଷ୍ଣୁତା ଏକତାକୁ ନଷ୍ଟ କରି ଓ ଦାସତ୍ୱ ଆଡକୁ ଟଣିନିଏ ।

ବିକଳ୍ପ ରାଜନୀତିକୁ ସଫଳ କରିବାକୁ ହେଲେ ପ୍ରଥମେ ଏ ସମସ୍ତ ଗୋଷ୍ଠୀକୁ ଦୃଢ ଆଦର୍ଶରେ ଅନୁଗାମୀ ହେବାକୁ ହେବ । ଏହି ଗୋଷ୍ଠୀର ମହାପୁରୁଷମାନେ ଏ ଦିଗରୁ ବହୁ କାର୍ଯ୍ୟ କରିଯାଇଛନ୍ତି । ସ୍ୱଳ୍ପଭାବେ ବିଚାର କଲେ ଏ ବିଷୟରେ ଅବଗତ ହୋଇ ହେବ । ମହାତ୍ମା ଫୁଲେ, ସାହୁଜୀ ମହାରାଜ, ରାମସ୍ୱାମୀ ପେରିୟାର, ଶହୀଦ ବିର୍ସା ମୁଣ୍ଡା, ଶହୀଦ ରଘୁନାଥ ମାହାତୋ, ବାବା ତିଲକା ମାଂଝି ସେହି ଗୋଟିଏ ବିଷ୍ୟକୁ ବିଭିନ୍ନ ଢଙ୍ଗରେ ଉପସ୍ଥାପନ କରିଯାଇଛନ୍ତି । ସମସ୍ତେ କହିଛନ୍ତି ସଙ୍ଗଠିତ ହେବା ପାଇଁ ଓ ନିଜସ୍ୱ ସ୍ଥିତିକୁ ମଜଭୁତ କରିବା ପାଇଁ । କୌଣସି ଭ୍ରାନ୍ତ ବିଚାର ଓ ମିଥ୍ୟାଚାରର ବଶବର୍ତ୍ତି ହୋଇ କେହି କେବେ ସମ୍ମାନର ସହିତ ବଞ୍ଚିପାରିବ ନାହିଁ ।  ଏକତାର ସ୍ଥାପନ ପାଇଁ ଆଦର୍ଶଗତ ଭାବେ ଲଢ଼ିବାକୁ ହେବ ଓ ଏକ ସମତାଭିତ୍ତିକ ସମାଜ ଗଠନ ପାଇଁ ପ୍ରତ୍ୟେକଙ୍କୁ ପ୍ରେରିତ ହେବାକୁ ପଡିବ । ଦ୍ୱିତୀୟରେ ନେତୃସ୍ଥାନୀୟ ବ୍ୟକ୍ତିମାନଙ୍କର ବ୍ୟକ୍ତିତ୍ୱର ନିର୍ମାଣ କରିବାକୁ ହେବ । ନିଜ ମଧ୍ୟରେ ଥିବା ବ୍ୟକ୍ତିଗତ, ଜାତିଗତ ଓ ଗୋଷ୍ଠୀଗତ ବିଭେଦକୁ ପ୍ରରିତ୍ୟାଗ କରି ଏକତାର ଭାବନାକୁ ସ୍ଥାପିତ କରିବା ଆବଶ୍ୟକ । ପରସ୍ପର ପ୍ରତି ସମ୍ମାନ ପ୍ରଦର୍ଶନ ହେବା ଓ ସଂଗ୍ରାମର ସହଯୋଗୀରୂପେ ଗ୍ରହଣ କରିବାଦ୍ୱାରା ସାଂଗଠନିକ ଦୃଢତା ପ୍ରାପ୍ତ ହେବ । ମନେରଖିବାକୁ ହେବ ସଂଗ୍ରାମରତ ସମସ୍ତ କର୍ମୀ ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ ନୁହନ୍ତି, ବରଂ ପରସ୍ପରର ସହଯୋଗୀ । ତୃତୀୟରେ ଯେ ଆମର ସାମାଜିକ, ଆର୍ଥିକ ଓ ରାଜନୀତିକ ରୂପରେଖ ଏହି ଲକ୍ଷ୍ୟ ସ୍ପଷ୍ଟ ହେବା ଦରକାର ।

(Gopabandhu Mahanta is a writer, academia and social activist based in Baripada. He can be reached at prof.gopabandhu@gmail.com)

Indigenous Voice

Comments

Leave a Reply

Your email address will not be published. Required fields are marked *